ନୂଆଦିଲ୍ଲୀ : ଅର୍ନ୍ତରାଷ୍ଟ୍ରୀୟ ଯାତ୍ରୀଙ୍କୁ ବଡ଼ ଝଟକା । ଇଣ୍ଡିଗୋ ଏୟାରଲାଇନ୍ସ ହଂକଂ, ସଙ୍ଘାଇ, ହୋ ଚି ମିନ୍ହ ସିଟି ସମତେ ୬ଟି ଅର୍ନ୍ତରାଷ୍ଟ୍ରୀୟ ରୁଟରେ ନିଜର ଉଡ଼ାଣ ଅସ୍ଥାୟୀ ଭାବେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଯାତ୍ରା କମ୍ ହେବା, ଇନ୍ଧନ ଦାମ୍ ବୃଦ୍ଧି ଏବଂ ବୈଷୟିକ ଚ୍ୟାଲେଞ୍ଜ ଭିତରେ ଏୟାରଲାଇନ ଏଭଳି ପଦକ୍ଷେପ ନେଇଛି । ତେବେ ଏୟାରଲାଇନର ଏଭଳି ନିଷ୍ପତ୍ତି ହଜାର ହଜାର ଯାତ୍ରୀଙ୍କ ଉପରେ ପଡିବ, ଯେଉଁମାନେ ଜୁଲାଇରୁ ସେପ୍ଟେମ୍ବର ଯାଏଁ ଯାତ୍ରା ପାଇଁ ପ୍ଲାନିଂ କରୁଛନ୍ତି ।
ଇଣ୍ଡିଗୋ ଅନୁସାରେ, ଜୁଲାଇ ୧ରୁ ହଂକଂ, ସଙ୍ଘାଇ, ହୋ ଚି ମିନ୍ହ ସିଟି, ଲଙ୍ଗକ୍ବିଭ୍ ଏବଂ କ୍ରାବି ପାଇଁ ଉଡ଼ାଣ ବନ୍ଦ ରହିବ । କମ୍ବୋଡିଆ ପାଇଁ ଜୁଲାଇ ୩ରେ ସେବା ବନ୍ଦ ରହିବ । ୩୦ ସେପ୍ଟେମ୍ବର ଯାଏଁ ଲାଗୁ ରହିବ । ଜୁଲାଇରୁ ସେପ୍ଟେମ୍ବରରେ ଯାତ୍ରୀଙ୍କ ଉଡ଼ାଣ କମ୍ ରହିଥାଏ । ଏମିତିରେ ଏଥିରେ ବ୍ୟବହାର ହେଉଥିବା ଇନ୍ଧନ ଦାମ୍ ଲଗାତାର ବଢିବାରେ ଲାଗିଛି । ତେଣୁ ଉଡ଼ାଣ ଖର୍ଚ୍ଚ ମଧ୍ୟ ବଢିଛି । ଏହାଛଡା ଅନେକ ଦେଶର ଏୟାରସ୍ପେସ ବନ୍ଦ ହେବା ଯୋଗୁଁ ଅର୍ନ୍ତରାଷ୍ଟ୍ରୀୟ ଉଡ଼ାଣ କମ୍ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ତେବେ ଏହି ନିଷ୍ପତ୍ତି ସ୍ଥାୟୀ ନୁହେଁ ବୋଲି ଇଣ୍ଡିଗୋ କହିଛି । କମ୍ପାନୀ କହିଛି କି, ପ୍ରଭାବିତ ସମସ୍ତ ରୁଟସ ପାଇଁ ୧ ଅକ୍ଟୋବର ୨୦୨୬ରୁ ପୁଣିଥରେ ବୁକିଂ କରିପାରିବେ । ଯଦି ସ୍ଥିତିରେ ସୁଧାର ଆସିଥାଏ, ତେବେ ଉଡ଼ାଣ ପୂର୍ବଭଳି ହୋଇପାରେ ।
ଯେଉଁ ଯାତ୍ରୀମାନେ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ଏସବୁ ସହରକୁ ଯିବାକୁ ପ୍ଲାନିଂ କରୁଛନ୍ତି, ସେମାନେ ବିକଳ୍ପ ଏୟାରଲାଇନ୍ସ କିମ୍ବା ନୂଆ ଯାତ୍ରା ବିକଳ୍ପ ନେଇପାରିବେ । ତେବେ ଇଣ୍ଡିଗୋର ନିଷ୍ପତ୍ତି ଅନ୍ୟ କୌଣସି ଅର୍ନ୍ତରାଷ୍ଟ୍ରୀୟ ଉଡ଼ାଣ ଉପରେ ପଡିବ ନାହିଁ ।