ଗାଜା : ଗାଜାରେ ଇସ୍ରାଏଲ ପ୍ରଚଣ୍ଡ ଆକ୍ରମଣ କରିଛି। ଏହି ଆକ୍ରମଣରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ଗାଜା ସହରର ପଶ୍ଚିମ ଭାଗରେ ଏକ ଜନବସତି ଅଞ୍ଚଳରେ ଏକ ଘର ଉପରେ ଇସ୍ରାଏଲ ଆକ୍ରମଣ କରିବା ଫଳରେ ୭ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ଏକ ଶରଣାର୍ଥୀ ଶିବିର ଉପରେ ଆକ୍ରମଣ ଦ୍ବାରା ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଛି। ଅଲ ସିଫା ହସ୍ପିଟାଲ୍ ସୂତ୍ରରୁ ଜଣାପଡ଼ିଛି ଯେ ଏହି ଆକ୍ରମଣରେ ମଧ୍ୟ ଅନ୍ୟ ୧୫ ଜଣ ଆହତ ହୋଇଛନ୍ତି।