Spread the love

ଭୁବନେଶ୍ୱର : ପ୍ରେମ ପାଇଁ ରାସ୍ତାରେ ମର୍ଡର । ଥାର ଗାଡ଼ି ଚଢାଇ ହତ୍ୟା। ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥାନା ହିଟ ଆଣ୍ଡ ରନ୍ ମାମଲାରେ ନୂଆ ଟୁଇଷ୍ଟ । ପ୍ରେମ ପାଇଁ ପ୍ରେମିକଙ୍କ ମଧ୍ୟରେ ବିବାଦ ନେଇଛି ହତ୍ୟାର ରୂପ । ମୃତ ବରେନ୍ୟ ରାଉତରାୟଙ୍କ ପ୍ରେମିକାକୁ ପୂର୍ବରୁ ଭଲ ପାଉଥିବା ପ୍ରେମିକ ଘଟାଇଛି ଜଘନ୍ୟ କାଣ୍ଡ । ଯୋଜନାବଦ୍ଧ ଭାବେ ମିଳିମିଶି ହତ୍ୟା କରିଛନ୍ତି ହତ୍ୟାକାରୀ । ଆଚାର୍ଯ୍ୟ ହରିହର କଲେଜ ଛକରେ ଘଟିଥିବା ଦୁର୍ଘଟଣା ପଛର ହତ୍ୟାର ପ୍ରମାଣ ପାଇଛି ପୋଲିସ୍ । ପାଞ୍ଚ ଜଣଙ୍କୁ ଗିରଫ କରି ପଚରାଉଚରା କରୁଛି ପୋଲିସ ।

ପୂର୍ବ ପ୍ରେମିକ ଯୋଜନବଦ୍ଧ ଭାବେ ହତ୍ୟା କରିଛି । ପ୍ରଥମେ ସେମାନେ କ୍ରିକେଟ ଷ୍ଟମ୍ପ ଓ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଆହତ ବରେନ୍ୟ ଆଉ ତାର ଦୁଇ ସାଙ୍ଗ ରକ୍ତାକ୍ତ ହୋଇ ଜୀବନ ବିକଳରେ ଖସିବାକୁ ଚେଷ୍ଟା କରିଥିଲେ । ପଛରୁ ଥାର ଗାଡ଼ିରେ ଗୋଡ଼ାଇବା ପରେ ଗାଡି ଚଢାଇ ହତ୍ୟା କରିଥିଲେ ଅଭିଯୁକ୍ତ । ଆକ୍ରମଣର ଶିକାର ପରେ ଜୀବନ ବଂଚାଇ ପଳାଉଥିବା ବେଳେ ବରେନ୍ୟଙ୍କୁ କାର ଚଢାଇ ହତ୍ୟା କରିଛନ୍ତି। ଗାଡିରେ ପିଛା କରି ରାସ୍ତା ଉପରେ ବରେନ୍ୟଙ୍କୁ ହତ୍ୟା ପଛର ପ୍ରମାଣ ପାଇଛି ପୋଲିସ୍। ସିସିଟିଭି ଫୁଟେଜ ଓ ପିସିଆର ଷ୍ଟାଫଙ୍କ ଦ୍ଵାରା ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏଥିସହ ଜବତ ହୋଇଛି ଥାର ଗାଡ଼ି। ପୂର୍ବ ପ୍ରେମିକ ସୁରଜ୍ ସହ ତାର ସହଯୋଗୀ ମଧ୍ୟ ଗିରଫ ହୋଇଛନ୍ତି। ତେବେ ଗୋଟିଏ ପ୍ରେମିକା ପାଇଁ ଦୁଇ ପ୍ରେମିକ ମଧ୍ୟରେ ବିବାଦରୁ ମର୍ଡର ହୋଇଛି। ଏନେଇ ପ୍ରେମ ମାମଲାର କାରଣ କଣ ଥିଲା କିଭଳି ବିବାଦ ଥିଲା ସେନେଇ ଯାଂଚ କରୁଛି ପୋଲିସ।

Leave a Reply

Your email address will not be published. Required fields are marked *