Spread the love

ଟିଟିଲାଗଡ଼ : ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ଏକ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି। ତିନିଜଣ ବ୍ୟକ୍ତି ଉକ୍ତ ନାବାଳିକାଙ୍କୁ ନେଇ ଏକ ନଦୀ ପଠାରେ ଦୁଷ୍କର୍ମ କରିଥବା ଜଣାଯାଇଛି। ଗତକାଲିର ଏହି ଘଟଣା ନେଇ ଆଜି ଉକ୍ତ ନାବାଳିକାଙ୍କୁ ଡାକ୍ତରୀ ମାଇନା ପାଇଁ କଡା ପୁଲିସ ଘେରରେ ଟିଟିଲାଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ଅପରାହ୍ନ ୨ଟାରେ ଅଣାଯାଇଛି। ଡାକ୍ତରଖାନାରେ ଉପସ୍ଥିତ ଟିଟିଲାଗଡ଼ ଏସଡ଼ିପିଓ ଯଶୋବନ୍ତ ପ୍ରଧାନୀ ପରେ ଗଣମାଧ୍ୟମକୁ ସୂଚନା ଦିଆଯିବ ବୋଲି ନାବାଳିକାଙ୍କ ପିତାଙ୍କୁ ଡାକ୍ତରଖାନାରୁ ପୁଲିସ ଗାଡ଼ିରେ ଅନ୍ୟତ୍ର ନେଉଥିବା ଦେଖାଯାଇଥିଲା।ମାମଲା ନେଇ ସାଧାରଣରେ ଚର୍ଚ୍ଚାର ବିଷୟ ହେବା ସହ ଅଭିଯୁକ୍ତଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଦାବୀ ହୋଇଛି।

Leave a Reply

Your email address will not be published. Required fields are marked *