Spread the love

ନୂଆଦିଲ୍ଲୀ : ଦେଶରେ ଚିନି ସଙ୍କଟ । ବିଦେଶକୁ ହେବନି ଚିନି ରପ୍ତାନି । ଚିନି ରପ୍ତାନି ଉପରେ ରୋକ୍ ଲଗାଇଲେ କେନ୍ଦ୍ର ସରକାର । ଦେଶରେ ଚିନିର ଅଭାବ ଦୂର କରିବା ଓ ଦରବୃଦ୍ଧିକୁ ରୋକିବା ପାଇଁ କେନ୍ଦ୍ର ସରକାର ଚିନି ରପ୍ତାନି ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିଛନ୍ତି । (DGFT) ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ଏହି କଟକଣା ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ଯାଏଁ ବଳବତ୍ତର ରହିବ ।

ଗତବର୍ଷ ଚିନି ଉତ୍ପାଦନ କମ୍ ହୋଇଛି । ୨୦୨୫-୨୬ ସିଜିନରେ ଚିନି ଉତ୍ପାଦନ ପ୍ରାୟ ୨୭୫ ଲକ୍ଷ ଟନ୍ ହେବାର ଅନୁମାନ କରାଯାଉଛି । ଯାହାକି ଦେଶର ଚାହିଦା ୨୮୦ଲକ୍ଷ ଟନ୍ ତୁଳନାରେ କମ୍ । ଚଳିତବର୍ଷ ମୌସୁମୀ ବର୍ଷା କମ ହେବା ସହ ସାର ଅଭାବର ଆଶଙ୍କା ରହିଛି । ଫଳରେ ଆଖୁ ଚାଷ ମଧ୍ୟ ପ୍ରଭାବିତ ହୋଇପାରେ । ସାଧାରଣ ଉପଭୋକ୍ତାଙ୍କୁ ଶସ୍ତାରେ ଚିନି ଯୋଗାଇବା ଓ ବଜାରରେ ଚିନିର ସ୍ଥିରତା ବଜାୟ ରଖିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ । ସବୁ ଦିଗକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବିଦେଶକୁ ଚିନି ରପ୍ତାନି ଉପରେ ରୋକ ଲଗାଇଛନ୍ତି । ଭାରତ ବିଶ୍ୱର ଅନ୍ୟତମ ବଡ଼ ରପ୍ତାନିକାରୀ ବଜାର । ଏହି ନିଷ୍ପତ୍ତି ପରେ ନ୍ୟୁୟର୍କ ଓ ଲଣ୍ଡନ ବଜାରରେ ଚିନି ଦର ୨ରୁ ୩ ପ୍ରତିଶତ ବୃଦ୍ଧି ପାଇଛି । ଯେଉଁ ଚିନି ମଇ ୧୩ ପୂର୍ବରୁ ଜାହାଜରେ ଲୋଡିଂ ହୋଇସାରିଛି କିମ୍ବା କଷ୍ଟମସକୁ ହସ୍ତାନ୍ତର ହୋଇସାରିଛି ତାହା ପଠାଯାଇପାରିବ ।

Leave a Reply

Your email address will not be published. Required fields are marked *