Spread the love

ଭୁବନେଶ୍ଵର: କୋରାପୁଟବାସୀଙ୍କ ପାଇଁ ଖୁସି ଖବର। ଯାତୟାତ ପାଇଁ ସୁଗମ ହେବ ଟ୍ରେନ। ଖୁବ୍ ଶୀଘ୍ର ଚାଲିବ ପୁରୀ-କୋରାପୁଟ ନୂଆ ଏକ୍ସପ୍ରେସ୍‌। ଏନେଇ ସୂଚନା ଦେଲେ ସିଏମ୍‌ଓ।  ସପ୍ତାହରେ ୩ ଦିନ ଚାଲିବା ନେଇ ଜଣାପଡିଛି। ପୁରୀ-କୋରାପୁଟ ନୂଆ ଏକ୍ସପ୍ରେସ୍‌ ଚାଲିବା ନେଇ ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ। ଏହି ଟ୍ରେନ୍‌ଟି ପୁରୀରୁ ସମ୍ବଲପୁର ଦେଇ କୋରାପୁଟ ଯିବ। ପୁରୀରୁ ସୋମବାର, ଗୁରୁବାର ଓ ଶନିବାର ଦିନ ଟ୍ରେନ ଛାଡ଼ିବ। କୋରାପୁଟରୁ ମଙ୍ଗଳବାର, ଶୁକ୍ରବାର ଓ ରବିବାର ବାହାରିବ।ଏହାର ଯାତ୍ରାପଥରେ ମୋଟ୍‌ ୧୯ଟି ଷ୍ଟପେଜ୍ ରହିବା ନେଇ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *