Spread the love

ମୟୂରଭଞ୍ଜ: ଯେସାକୁ ତେସା । ନିଶାରେ ନୃଶଂସ ହତ୍ୟା କଲା ଯୁବକ । ଅଭିଯୁକ୍ତକୁ ବାନ୍ଧି ନିର୍ଘାତ ମାଡ ମାରିଲେ ଗ୍ରାମବାସୀ । ମୟୂରଭଞ୍ଜ ଜିଲ୍ଲା ତିରିଙ୍ଗ ଥାନା ଅନ୍ତର୍ଗତ କୁଲୁଘୁଟୁ ଗାଁରେ ଘଟିଛି ଏହି ଘଟଣା । ଶାବଳରେ ଆକ୍ରମଣ କରି ଦୁଇ ଜଣଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ ମୋଚକା ଆଲଦା । ମୃତକ ଦୁଇଜଣ ହେଲେ କୁଲୁଘୁଟୁ ଗାଁର ଗୋପୀନାଥ ସର୍ଦ୍ଦାର ଓ ବୁଦ୍ଧେଶ୍ୱର ରଣା । ଏହା ପରେ ଅଭିଯୁକ୍ତ ମୋଚକା ଆଲଦାକୁ କାବୁ କରି ବାନ୍ଧି ନିସ୍ତୁକ ମାଡ଼ ମାରି ଗୋଡ ଭାଙ୍ଗିଦେଲେ ଗ୍ରାମବାସୀ । ପୋଲିସ ସୂଚନା ପାଇ ଅଭିଯୁକ୍ତକୁ ଗ୍ରାମବାସୀ କବଳରୁ ଉଦ୍ଧାର କରି ଗିରଫ କରିଛି । ଏହା ସହ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇବା ସହିତ ତଦନ୍ତ ଆରମ୍ଭ କରିଛି । ତେବେ ଆଗରୁ କୌଣସି ପୂର୍ବ ଶତ୍ରୁତା ନ ଥାଇ ନିଶାଶକ୍ତ ଅବସ୍ଥାରେ ହତ୍ୟାକାଣ୍ଡ ଘଟାଇଥିବା ଜଣା ପଡିଛି ।

ସେହିପରି ଗତ ଦୁଇ ଦିନ ତଳେ ସୁନ୍ଦରଗଡ଼ ଭଷ୍ମା ଥାନା ଅଞ୍ଚଳରେ ଯୁବକଙ୍କୁ ଘୋଷାଡ଼ି ନେଇ ଖୁଣ୍ଟରେ ବାନ୍ଧି ନିର୍ଧୁମ ଛେଚିଥିଲେ । କୌଣସି କଥାକୁ ନେଇ ୨ ତାରିଖ ରାତି ୧୦ଟାରୁ ୧୧ଟା ମଧ୍ୟରେ ଶିବା ପଟେଲ ନାମକ ଜଣେ ଯୁବକ ନିଜର କିଛି ସହଯୋଗୀଙ୍କ ସହ ଘରୁ ଟାଣି ଆଣି ମାଡ଼ ମାରିଥିଲେ । ପରେ ଅଧ କିଲୋମିଟର ଘୋଷଡ଼ି ନେବା ପରେ ବାଇକ୍ ରେ ବସାଇ ଯୋଗୀମାଲ ଗାଁର ଏକ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ । ବହୁତ ନେହୁରା ହୋଇଥିଲେ ବି ଅଭିଯୁକ୍ତ ଶିବା ଓ ତା’ ସହଯୋଗୀ କିଛି ଶୁଣି ନଥିଲେ । ମାଡ଼ରେ ତାଙ୍କ ସାରା ଦେହ ରକ୍ତରେ ଜୁଡ଼ୁବୁଡ଼ୁ ହୋଇଯାଇଥିଲା ।

Leave a Reply

Your email address will not be published. Required fields are marked *