Spread the love

ବୌଦ୍ଧ:  ରଣକ୍ଷେତ୍ର ପାଲଟିଲା ଥାନା ପରିସର । ପୋଲିସ ଓ ଉତ୍ୟକ୍ତ ଲୋକ ହାତାହାତି । ମାରପିଟରେ ୬ରୁ ଅଧିକ ଯୁବକ ଏବଂ ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି । ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ପରିସରରେ ଉତ୍ତେଜନା । ଘଟଣାସ୍ଥଳରେ ପୋଲିସ ଛାଉଣୀ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କୁ ଅଟକ ରଖିଛି ପୋଲିସ । ତେବେ ପୋଲିସ ମାଡ଼ରେ କିଛି ଯୁବକଙ୍କୁ ରକ୍ତାକ୍ତ ହୋଇଥିବା ଦେଖିବାକୁ ମିଳିଛି। ଘଟଣା ସ୍ଥଳରେ ବୌଦ୍ଧ ଏସଡିପିଓ, ହରଭଙ୍ଗା ଥାନା ଅଧିକାରୀ ପହଞ୍ଚି ଅନୁଧ୍ୟାନ କରୁଛନ୍ତି।

କରଞ୍ଜକଟା ଗାଁରେ ଥିବା ପଶୁ ଡାକ୍ତର ଖାନା ପରିସରରେ ଗଛ କଟା ଏବଂ ବିଦ୍ୟୁତ କାଟ ଘଟଣା ନେଇ ପୁରୁଣାକଟକ ଥାନାରେ ଅଭିଯୋଗ ହୋଇଥିଲା। ଗାଁଲୋକ ଏ ସମସ୍ୟା ନେଇ ଥାନାକୁ ଆସିଥିବା ବେଳେ କିଛି ପୋଲିସ କର୍ମଚାରୀ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ପ୍ରଥମେ ଘଟଣାକୁ ପୋଲିସ ଓ ଉତ୍ୟକ୍ତ ଲୋକଙ୍କ ମଧ୍ୟରେ ବାକ ଯୁଦ୍ଧ ହୋଇଥିଲା । ଏହା ପରେ ହାତାହାତି ଏବଂ ମାରପିଟ ଭଳି ପରିସ୍ଥିତି ଦେଖାଦେଇଥିଲା। ବର୍ତ୍ତମାନ ମଧ୍ୟ ପୁରୁଣାକଟକ ଥାନା ପରିସରରେ ଉତେଜନା ଲାଗି ରହିଛି ।

Leave a Reply

Your email address will not be published. Required fields are marked *