Spread the love

ଭୁବନେଶ୍ୱର : ମୃତ୍ୟୁ ପରେ ମିଳିଲାନି ଟଙ୍କା। ଦୌଡି ଦୌଡି ନୟାନ୍ତ ହେବା ପରେ ମଧ୍ୟ ଶୁଣିନଥିଲା ବ୍ୟାଙ୍କ। ଶେଷରେ ମୃତ୍ୟୁ ପ୍ରମାଣ ଦେବାକୁ ଭଉଣୀର କଙ୍କାଳକୁ ବ୍ୟାଙ୍କ ଆଣିଲା ଭାଇ। ଏହି ଘଟଣାକୁ ନେଇ ଖୁବ୍ ହଇଚଇ ପରେ ଚେତିଲା ପ୍ରଶାସନ। ପାଟଣା ବ୍ଲକ ଡିଆନାଳି ଗାଁରେ ପହଞ୍ଚିଛନ୍ତି ଅତିରିକ୍ତ ତହସିଲଦାର ଓ ବିଡିଓ। ଓଡିଶା ଗ୍ରାମୀଣ ବ୍ୟାଙ୍କର ରିଜିଓନାଲ ମ୍ୟାନେଜର ମଧ୍ୟ ପହଞ୍ଚିଛନ୍ତି। ଭଉଣୀର ଶବ ମାଟିତଳୁ ଖୋଳି ଆଣିଥିବା ଭାଇ ଜିତୁ ମୁଣ୍ଡାଙ୍କୁ ଭେଟି ଟଙ୍କା ଦେଇଛନ୍ତି। ଗଣମାଧ୍ୟମରେ ଖବର ପ୍ରସାରଣ ପରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଅଡୁଆ ବଢି ଥିଲା। ୨ ମାସ ତଳୁ ମୃତ୍ୟୁ ହୋଇଥିବା ଭଉଣୀର କଙ୍କାଳ ନେଇ ବ୍ୟାଙ୍କରେ ଭାଇ ପହଞ୍ଚିବା ପରେ ଘଟଣା ହଇଚଇ ସୃଷ୍ଟି କରିଥିଲା। ୧୯ ହଜାର ୩୦୦ ଟଙ୍କା ପାଇଁ ବ୍ୟାଙ୍କକୁ ଦୌଡି ଦୌଡି ନୟାନ୍ତ ହୋଇଥିଲେ।

Leave a Reply

Your email address will not be published. Required fields are marked *