Spread the love

ନୂଆଦିଲ୍ଲୀ: ପାକିସ୍ତାନରେ ଇରାନର ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାଗଚି । ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଇଶାକ୍ ଦାର୍, ଇରାନର ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାଘଚିଙ୍କୁ ଇସଲାମାବାଦରେ ସ୍ୱାଗତ କରିଛନ୍ତି । ଏହି ଅବସରରେ ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ଶଲ ସୟଦ ଅସୀମ ମୁନୀର ଏବଂ ଗୃହମନ୍ତ୍ରୀ ମୋହସିନ ନକଭି ମଧ୍ୟ ଉପସ୍ଥିତ ଥିଲେ। ଯୁଦ୍ଧ ରୋକିବାକୁ ପାକିସ୍ତାନରେ ଗୁରୁତ୍ବପୂର୍ଣ୍ଣ ବୈଠକ ହେବ । ଆମେରିକା-ଇରାନ ମଧ୍ୟରେ ଶାନ୍ତି ପାଇଁ ପାକିସ୍ତାନରେ ବଡ଼ ବୈଠକ । ଯୁଦ୍ଧ ରୋକିବାକୁ ଆମେରିକା ପକ୍ଷରୁ ଷ୍ଟିଭ୍ ୱିଟକଫ୍ ଏବଂ ଜାରେଡ୍ କୁଶନର ପାକିସ୍ତାନ ଗସ୍ତ କରୁଛନ୍ତି। ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷକୁ ରୋକିବା ଏବଂ ଏକ ସ୍ଥାୟୀ ଶାନ୍ତି ଚୁକ୍ତି ପାଇଁ ଏହି ବୈଠକ ଅନୁଷ୍ଠିତ ହେବ ।

ଆମେରିକା ରାଷ୍ଟ୍ରପତିଙ୍କ ସ୍ୱତନ୍ତ୍ର ପ୍ରତିନିଧି ଷ୍ଟିଭ୍ ୱିଟକଫ୍ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ଜ୍ୱାଇଁ ଜାରେଡ୍ କୁଶନର ଏହି ଦଳର ନେତୃତ୍ୱ ନେଉଛନ୍ତି । ଯଦି ଆଲୋଚନା ଆଗକୁ ବଢ଼େ, ତେବେ ଉପ-ରାଷ୍ଟ୍ରପତି ଜେଡି ଭାନ୍ସ ମଧ୍ୟ ଏଥିରେ ଯୋଗ ଦେଇପାରନ୍ତି । ଏହି ପ୍ରତିନିଧି ଦଳ ଆଜି କିମ୍ବା ଆସନ୍ତାକାଲି ପାକିସ୍ତାନ ଯିବେ। ବର୍ତ୍ତମାନ ଆମେରିକା ଓ ଇରାନ ମଧ୍ୟରେ ସ୍ଥିତି ଗମ୍ଭୀର ରହିଛି । ଇରାନ ସମୁଦ୍ର ପଥରେ ଜାହାଜ ଚଳାଚଳ ବନ୍ଦ କରିଥିବା ବେଳେ ଆମେରିକା ମଧ୍ୟ କଡ଼ା ଚେତାବନୀ ଦେଇଛି । ଯଦି ଶାନ୍ତି ଚୁକ୍ତି ନହୁଏ, ତେବେ ଇରାନର ବିଦ୍ୟୁତ ପ୍ରକଳ୍ପ ଓ ବ୍ରିଜ୍ ଉପରେ ଆକ୍ରମଣ କରାଯିବ ବୋଲି ଟ୍ରମ୍ପ କହିଛନ୍ତି। ହ୍ୱାଇଟ୍ ହାଉସ୍ ପକ୍ଷରୁ ଏହି ବୈଠକକୁ ନେଇ ସ୍ପଷ୍ଟ କରାଯାଇଥିଲେ ମଧ୍ୟ ଇରାନ ଏପର୍ଯ୍ୟନ୍ତ କୌଣସି ସିଧାସଳଖ ଉତ୍ତର ଦେଇନାହିଁ । ପାକିସ୍ତାନ ଏହି ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥି ସାଜିଛି ।

Leave a Reply

Your email address will not be published. Required fields are marked *