ବିଜେପିକୁ ଟାର୍ଗେଟ କରି କହିଛନ୍ତି ଯେ, ଯେଉଁ ଦଳ ବିଜେପିର ସହିତ ସହଯୋଗୀ ଅଛି ସେହି ଦଳକୁ ବିଜେପି ଶେଷ କରିଦିଏ। ପଞ୍ଜାବର ଲୋକମାନେ ମୋତେ ସମ୍ପୂର୍ଣ୍ଣ ହୃଦୟର ସହିତ ସମର୍ଥନ କରନ୍ତି।
ନୂଆଦିଲ୍ଲୀ: ରାଜ୍ୟସଭାରେ ରାଘବ ଚଢ଼ାଙ୍କ ସହ ଆପର ୭ଜଣ ସାଂସଦ ବିଜେପିରେ ମିଶିବା ଘୋଷଣା ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଏନେଇ ପ୍ରତିକ୍ରିୟା ରଖିଛନ୍ତି।
ସେ କହିଛନ୍ତି, ବିଜେପି ପଞ୍ଜାବ ବାସୀଙ୍କ ପ୍ରତି ବିଶ୍ୱାସଘାତ କରିଛି। ଶରଦ ପାୱାରଙ୍କ ଶିବସେନା (ୟୁବିଟି) ଏବଂ କଂଗ୍ରେସ ନେତାଙ୍କୁ ୱାଶିଂ ମେସିନ୍ ବ୍ୟବହାର କରି ବିଜେପିରେ ମିଶାଇଥିଲା ବିଜେପି। କିନ୍ତୁ ପଞ୍ଜାବରେ ବିଜେପିର କୌଣସି ଆଧାର ନାହିଁ। ବିଜେପିରେ ଯୋଗ ଦେଉଥିବା ସାତ ଜଣ ସାଂସଦ ପଞ୍ଜାବକୁ ପ୍ରତିନିଧିତ୍ୱ କରନ୍ତି ନାହିଁ। ସେମାନେ ଦେଶଦ୍ରୋହୀ।ସେମାନେ ବିଜେପିରେ ମଧ୍ୟ କିଛି ପାଇବେ ନାହିଁ ବୋଲି ସେ କହିଛନ୍ତି।