Spread the love

ନୂଆଦିଲ୍ଲୀ : ଜର୍ମାନୀର ସବୁଠୁ ବଡ଼ ଏୟାରଲାଇନ କମ୍ପାନୀ ଲୁଫଥାନ୍ସା ଅକ୍ଟୋବର ଯାଏଁ ୨୦ ହଜାରରୁ ଅଧିକ ବିମାନ ଉଡ଼ାଣ ବାତିଲ କରିବାକୁ ନିଷ୍ପତ୍ତି ନେଇଛି । ବିମାନର ଇନ୍ଧନ ଦାମ୍ ବଢୁଥିବା ଯୋଗୁଁ ଏୟାରଲାଇନ୍ କମ୍ପାନୀ ଏଭଳି ନିଷ୍କତ୍ତି ନେଇଛି । ଏୟାରଲାଇନ ପକ୍ଷରୁ ଏକ ବୟାନରେ କୁହାଯାଇଛି କି, ଆମେରିକା-ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ବିମାନ ଇନ୍ଧନ ଦାମ୍ ବଢିଚାଲିଛି । ତେଣୁ ଏତେ ମାତ୍ରାରେ ବିମାନ ବାତିଲ କରିବାକୁ ଏୟାରଲାଇନ୍ କମ୍ପାନୀ ନିଷ୍ପତ୍ତି ନେଇଛି ।

ଏୟାରଲାଇନ ପକ୍ଷରୁ କୁହାଯାଇଛି କି, କିଛି ଅଳ୍ପ ଦୂର ଉଡ଼ାଣ ବିମାନ ବାତିଲ କରାଯାଇଛି । ଏହି ରୁଟରେ ଆୟ ବହୁତ କମ୍ ହେଉଛି । ଏହାଛଡା ଫ୍ରାଙ୍କଫର୍ଟ, ମୁନିଖ, ଜୁରିଖ, ଭିଏନା, ବ୍ରୁସେଲ୍ସ ଏବଂ ରୋମ ଭଳି ସ୍ଥାନ ସହିତ ପୁରା ୟୁରୋପ ନେଟୱାର୍କ ରୁଟକୁ ଯୋଡାଯିବ ।

ଏୟାରଲାଇନ ତରଫରୁ କୁହାଯାଇଛି କି, ଯାତ୍ରୀଙ୍କ ପାଖରେ ଦୂରଯାତ୍ରା କନକେସନ ସୁବିଧା ଉପଲବ୍ଧ ରହିବ । ବିମାନ ଇନ୍ଧନ ବଢୁଥିବା ଯୋଗୁଁ ଲୁଫଥାନ୍ସା ଗ୍ରୁପ ନିଜର ହବ ଏୟାରଲାଇନ୍ସ ଲୁଫଥାନ୍ସା ଏୟାରଲାଇନ, ସ୍ବିସ, ଅଷ୍ଟ୍ରିଆନ୍ ଏୟାରଲାଇନ୍ସ, ବ୍ରୁସେଲ୍ସ ଏୟାରଲାଇନ୍ସ, ଆଇଟିଏ ଏୟାରୱେଜ ମଧ୍ୟରେ ୟୁରୋପୀୟ ନେଟୱାର୍କକୁ ଇଣ୍ଟିଗ୍ରେଟ୍ କରିବାକୁ ଯୋଜନା କରୁଛି ।

Leave a Reply

Your email address will not be published. Required fields are marked *