Spread the love

ଆଜମେର : ରାଜସ୍ଥାନ ଆଜମେର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଆଜମେର ଜିଲ୍ଲା ସ୍ଥିତ ପ୍ରସିଦ୍ଧ ତୀର୍ଥ ସ୍ଥଳ ପୁଷ୍କର ପାହାଡରୁ ଅନିୟନ୍ତ୍ରିତ ହୋଇ ଖସିଲା ବସ୍ । ଫଳରେ ଦୁଇ ଜଣକ ଜୀବନ ଚାଲିଯାଇଥିବା ବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଖବର ମୁତାବକ, ଏକ ଘରୋଇ ବସ୍ ପୁଷ୍କର ଘାଟିର ବିପଦପୂର୍ଣ୍ଣ ମୋଡରେ ଯାଉଥିବା ବେଳେ ଅନିୟନ୍ତ୍ରିତ ହୋଇ ୧୫୦ ଫୁଟ ଖାଇକୁ ଖସିପଡିଥିଲା । ବସରେ ମୋଟ ୩୧ ଜଣ ଯାତ୍ରୀ ଥିଲେ । ସ୍ଥାନୀୟ ଲୋକ ତୁରନ୍ତ ଉଦ୍ଧାର କାର୍ଯ୍ୟ କରିତିଲେ । ପୁଷ୍କର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମଧ୍ୟ ରେସକ୍ୟୁ ଅପରେସନ କରିଥିଲା । ବହୁତ କଠିନ ପରିଶ୍ରମ କରିବା ପରେ ଆହତଙ୍କୁ ବସ ଭିତରୁ ଉଦ୍ଧାର କରାଯାଇଥିଲା । ସେମାନଙ୍କୁ ଆମ୍ବୁଲାନ୍ସ ଜରିଆରେ ହସପିଟାଲରେ ଭର୍ତ୍ତି କରାଯାଇଥିଲା ।

ଏମାନଙ୍କ ଭିତରୁ ଜଣେ ପିଲା ସମେତ ଦୁଇ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୫ ଜଣ ଗୁରୁତର ରହିଛନ୍ତି । ଏମାନଙ୍କୁ ଆଜମେର ଜବାହରଲାଲ ନେହରୁ ହସପିଟାଲରେ ଭର୍ତ୍ତି କରାଯାଇଛି ।

ପୋଲିସ ବସକୁ ଜବତ କରି ଯାଞ୍ଚ ଆରମ୍ଭ କରିଛି । ବସ୍ ବ୍ରେକ ଫେଲ୍ କିମ୍ବା ଡ୍ରାଇଭରଙ୍କ ଅସାବଧାନତା ଯୋଗୁଁ ଏଭଳି ହୋଇଥାଇପାରେ ବୋଲି ପୋଲିସ ଅନୁମାନ କରୁଛି । ଏଯାଏଁ ବାସ୍ତବିକ କାରଣ ଜଣାପଡିନାହିଁ ।

Leave a Reply

Your email address will not be published. Required fields are marked *