Spread the love

ମଥୁରା : ବୃନ୍ଦାବନରେ ହୋଇଥିବା ଡଙ୍ଗା ଦୁର୍ଘଟଣାରେ ମାଜିଷ୍ଟ୍ରେଟ୍ ଯାଞ୍ଚ ପାଇଁ ଆଦେଶ ଦେଇଛନ୍ତି । ଡଙ୍ଗା ବୁଡ଼ି ଘଟଣାରେ ୧୫ ଜଣ ଲୋକଙ୍କ ଜୀବନ ଚାଲିଯାଇଥିଲା । ଜିଲ୍ଲାଧିକାରୀ ଚନ୍ଦ୍ରପ୍ରକାଶ ସିଂ ଯାଞ୍ଚ ପାଇଁ ଉପରିସ୍ଥ ଜିଲ୍ଲାଧିକାରୀଙ୍କୁ ନିଯୁକ୍ତ କରାଯାଇଛି ।

୧୦ ଏପ୍ରିଲରେ ହୋଇଥିବା ଡଙ୍ଗା ବୁଡ଼ି ଘଟଣାରେ ପଞ୍ଜାବରୁ ଆସିଥିବା ତୀର୍ଥଯାତ୍ରୀ ଯମୁନା ପରିକ୍ରମା କରୁଥିବା ବେଳେ ଡଙ୍ଗାଟି ବୁଡ଼ିଯାଇଥିଲା । ଘଟଣାରେ ଏଯାଏଁ ୧୫ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୧୦ ଜଣଙ୍କୁ ଉଦ୍ଧାର କରଯାଇଛି । ଜଣେ ଏଯାଏଁ ନିଖୋଜ ରହିଛନ୍ତି । ଘଟଣା ପରେ ଯାଞ୍ଚ ଅଧିକାରୀ ଏଡିଏମ ବର୍ମା ଦୁର୍ଘଟଣାର କାରଣ ଖୋଜିବା ପାଇଁ ମାଜିଷ୍ଟ୍ରେଟ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଶାସନ ତରଫରୁ ଏକ ସାର୍ବଜନିନ ନୋଟିସ ଜାରି କରାଯାଇ ଘଟଣା ସଂପର୍କରେ ସୂଚନା ଏବଂ ପ୍ରମାଣ ଦେବାକୁ ଅନୁରୋଧ କରାଯାଇଛି ।

ଜିଲ୍ଲାଧିକାରୀ କହିଛନ୍ତି, କୌଣସି ବ୍ୟକ୍ତି କିମ୍ବା ସଂସ୍ଥା ଯଦି କୌଣସି ସୂଚନା ଦେବାକୁ ଚାହୁଁଛନ୍ତି, ସେମାନେ ୨୩ ଏପ୍ରିଲ ସକାଳ ୧୦ଟାରୁ ୫ଟା ଯାଏଁ ଏଡିଏମ କାର୍ଯ୍ୟାଳୟରେ ଲିଖିତ କିମ୍ବା ମୌଖିକ ବୟାନ ଦାୟର କରିପାରିବେ ।

ଏହି ଘଟଣା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରାଯାଇଛି । ତେବେ ଶ୍ରଦ୍ଧାଳୁଙ୍କୁ ବାରମ୍ବାର ଚେତାବନୀ ଦିଆଯିବା ସତ୍ତ୍ବେ ମଧ୍ୟ ଠିକାଦାର ଏବଂ ଡଙ୍ଗା ଚାଳକ ଦାୟିତ୍ବହୀନତା ଦର୍ଶାଇଥିଲେ । ପରିଣାମସ୍ବରୂପ ଡଙ୍ଗା ଯମୁନାରେ ଓଲଟିପଡିଥିଲା । ଆଉ ସମସ୍ତ ଲୋକ ପାଣିରେ ବୁଡ଼ିଯାଇଥିଲେ ।

Leave a Reply

Your email address will not be published. Required fields are marked *