Spread the love

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଜିଲ୍ଲାରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି। ମନ୍ତ୍ରଣାଳୟମ ଡିଭିଜନର ଚିକ୍କାମାଗାଲୁରୁ ନିକଟରେ ଏକ ବୋଲେରୋ ଗାଡ଼ି ସହ ଏକ ଲରି ଗାଡି ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ ରୁ ୧୨ ଜଣ ଆହତ ହୋଇଥିବା ସୂଚନା ମିଳିଛି। ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ୩ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ସେମାନଙ୍କୁ ନିକଟସ୍ଥ ମେଡିକାଲକୁ ପଠାଯାଇଥିଲା। ଚିକତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ଘଟିଛି। ସମସ୍ତ ମୃତକ କର୍ଣ୍ଣାଟକର ବାସିନ୍ଦା। ଦୁର୍ଘଟଣା ଘଟିବା ସମୟରେ ଭକ୍ତମାନେ ଶ୍ରୀ ରାଘବେନ୍ଦ୍ର ସ୍ୱାମୀଙ୍କୁ ଦର୍ଶନ କରି ଫେରୁଥିଲେ। ସୂଚନା ପାଇବା ପରେ ପୁଲିସ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବର୍ତ୍ତମାନ୍ ପର୍ଯ୍ୟନ୍ତ ଦୁର୍ଘଟଣାର କାରଣ ଜଣାପଡିନାହିଁ।

Leave a Reply

Your email address will not be published. Required fields are marked *