Spread the love

ଭୁବନେଶ୍ୱର : ରାଜଧାନୀରେ ଅଘଟଣ । ବାଣ ଫୁଟି ତିନି ଗୁରୁତର। ସମସ୍ତ ଗୁରୁତର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି । ବାହାଘର ରୋଷଣୀରେ ପଡ଼ିଥିବା ଅଫୁଟା ବାଣରୁ ନିଆଁ ଲାଗିଥିବା ସୂଚନା।

ସୂଚନାନୁଯାୟୀ, ଚଳିତ ବର୍ଷ ଭୋଗି ଉତ୍ସବ ଚାଲିଥିଲାବେଳେ ଅଘଟଣ ଘଟିଥିଲା । ବାଣ ଫୁଟିବାରୁ ୪ ଜଣ ଗୁରୁତର ଭାବେ ଆହତ ହୋଇଥିଲେ । ସୌଭାଗ୍ୟବଶତଃ ଏହି ଅଘଟଣରେ କାହାର ଜୀବନ ଯାଇନଥିଲା । ସେହି ଅଘଟଣ ରାୟଗଡ଼ା ଜିଲ୍ଲା ୟେଦୁ ସାହିରେ ଅଭାବନୀୟ ଘଟଣା ଘଟିଥିଲା । ସମସ୍ତ ଗୁରୁତରଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିଲା । ଗୁରୁତରଙ୍କ ମଧ୍ୟରେ ଦୁଇଜଣ ନାବାଳକ ରହିଥିଲେ । ଏହାସହ ଦୁଇଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିଲା ।

ସେଭଳି ଭାବେ ଗତ ୫ ମାସ ପୂର୍ବରୁ ବାଣ ଗୋଟିଏ ମା’ର କୋଳଶୂନ୍ୟ କରିଦେଇଥିଲା । ବାଣ ଫୁଟି ପୁଅର ମୃତ୍ୟୁ ଘଟିଲାବେଳେ ବାପା ଗୁରୁତର ଅବସ୍ଥାରେ ଥିଲେ । ବାଣ ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ବାପା ପ୍ରମୋଦଙ୍କ ହାତ ଛିଣ୍ଡି ଯାଇଥିଲା । ମୃତ ପୁଅ ସରୋଜ ଓ ତାଙ୍କ ଭାଇଙ୍କ ମଧ୍ୟରେ କଳହ ଲାଗୁଥିବାବେଳେ ସରୋଜ ବାଣକୁ ହାତରେ ଧରି ଡରାଉଥିଲେ । ସେହି ସମୟରେ ସରୋଜଙ୍କ ହାତରେ ବାଣ ଫୁଟିଯାଇଥିଲା । ବାଣ ଛଡାଇବାକୁ ଯାଇ ବାପା ପ୍ରମୋଦ ଗୁରୁତର ଆହତ ହୋଇଥିଲେ । ପରେ ତାଙ୍କୁ ତୁରନ୍ତ କଟକ ସ୍ଥାନାନ୍ତର କରାଯାଇଥିଲା ।

Leave a Reply

Your email address will not be published. Required fields are marked *