Spread the love

ଯାଜପୁର : ଧର୍ମଶାଳାରେ ବ୍ୟାପୁଛି ଝାଡ଼ାବାନ୍ତି । ସ୍ଥିତି ପରଖିଲେ CDMO । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ବାଉଁଶଡୋଳ ଗାଁରେ ଝାଡାବାନ୍ତିରେ ୫ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ଧର୍ମଶାଳା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ତେବେ ଉକ୍ତ ଗାଁର ଜଣେ ଯୁବକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇ ଫେରିବା ପରେ ତାଙ୍କର ମୃତ୍ୟୁ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଜୟ କୁମାର ମିଶ୍ର ବାଉଁଶଡୋଳ ଗ୍ରାମକୁ ଯାଇ ସ୍ଥିତିର ଅନୁଧ୍ୟାନ କରିଛନ୍ତି ।

ଏଥିରେ ଭୟଭୀତ ନହୋଇ ସତର୍କ ରହିବାକୁ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଛନ୍ତି । ନିୟମିତ ଫୁଟା ପାଣି ପିଇବା ସହ ଗରମ ଖାଦ୍ୟ ଖାଇବାକୁ ପରାମର୍ଶ ଦେଇଛନ୍ତି। ଅନ୍ୟପକ୍ଷରେ ଆଶା ଓ ଅଙ୍ଗନବାଡ଼ି କର୍ମୀ ମାନେ ଘରକୁ ଘର ବୁଲି ହାଲୋଜେନ ବଟିକା ପ୍ରଦାନ ସହ ଜଳ ଉତ୍ସ ଗୁଡିକୁ ବିଶୋଧନ କରାଯାଇଛି । ଏଥିସହ ମେଡିକାଲ ଟିମ ଗାଁରେ ପହଂଚି ଜଳ ଓ ଝାଡା ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇବା ସହ ଏହା କିପରି ଅଧିକ ନବ୍ୟାପିବ ସେ ନେଇ ଲୋକଙ୍କୁ ସଚେତନ କରାଯାଇଛି ।

Leave a Reply

Your email address will not be published. Required fields are marked *