Spread the love

ଭୁବନେଶ୍ୱର : ଏମିତି ବି ଆସେ ମୃତ୍ୟୁ । ଏକାସଙ୍ଗେ ଚାଲିଗଲା ମାଆ ଓ ପୁଅଙ୍କ ଜୀବନ । ଲୁହା ପ୍ଲେଟ ବାଜି ଆଖିବୁଜିଲେ ମାଆ ଓ ପୁଅ । ଅଳ୍ପକେ ବର୍ତ୍ତିଲେ ପରିବାର ସଦସ୍ୟ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ନୀଳଗିରି ଥାନା ଶ୍ୟାମସୁନ୍ଦରପୁର ଗାଁର ଗାଁର ବିଜୟ ସୋରେନଙ୍କ ପରିବାର ଲୋକ ପାରାଦୀପକୁ କାମ କରିବା ପାଇଁ ଯାଇଥିଲେ। ଚଣ୍ଡିଖୋଲରୁ ଏକ ଆଇଚରରେ ୭ଜଣ ବସି ଆସୁଥିଲେ । ସିମୁଳିଆ ଥାନା ଜାତୀୟ ରାଜପଥ ଉପରେ ଥିବା ହମ୍ପସରେ ଡ୍ରାଇଭର ବ୍ରେକ ମାରିଦେବାରୁ ଆଇଚର ଭିତରେ ଭର୍ତ୍ତି ଥିବା ଲୁହା ପ୍ଲେଟ ଖସି ମାଆ ଓ ପୁଅ ଉପରେ ବାଜି ଯାଇଥିଲା । ଘଟଣା ସ୍ଥଳରେ ମାଆ ଓ ପୁଅଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନାନୁଯାୟୀ ଗତକାଲି ରାଇରଙ୍ଗପୁର ଅଁଳାଡୁବା ଠାରେ ଛିଡ଼ା ହୋଇଥିବା ଏକ ଅଟୋ ଓ ଦୁଇଟି ବାଇକକୁ ଧକ୍କା ଦେଇଥିଲା ଘରୋଇ ସ୍କୁଲ ବସ । ଧକ୍କା ଦେବା ପରେ ବାଇକକୁ ୨୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା । କିନ୍ତୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଛାତ୍ରଛାତ୍ରୀ ।

Leave a Reply

Your email address will not be published. Required fields are marked *