Spread the love

ଭୁବନେଶ୍ଵର:ବିଜେଡିରୁ ନିଲମ୍ବିତ ହେଲେ ଦମ୍ପତି। ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ତଳ ଓ ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ତଳ ବିଜେଡିରୁ ନିଲମ୍ବିତ ହୋଇଛନ୍ତି। ଦଳ ବିରୋଧୀ ଅଭିଯୋଗରେ  ଦଳରୁ ନିଲମ୍ବିତ କରାଯାଇଥିବା ନେଇ ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି।  ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ତଳ ଧାମନଗରରୁ ନିର୍ବାଚିତ ହୋଇଥିଲେ । ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ତଳ ୨୦୧୯ମସିହାରେ   ଭଦ୍ରକ ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ।

ନିଲମ୍ବିତ ପରେ ମୁହଁ ଖୋଲିଲେ ମୁକ୍ତିକାନ୍ତ ମଣ୍ତଳ। ସେ କହିଛନ୍ତି ଯେ କାହିଁକି ନିଲମ୍ବିତ କରାଗଲା ମୁଁ ଜାଣିନି। ମୁଁ ପ୍ରକାର କୌଣସି ଦଳ ବିରୋଧୀ କାର୍ଯ୍ୟ କରିନି। ସରପଞ୍ଚରୁ ମୋ ରାଜନୀତିକ କ୍ୟାରିୟର ଆରମ୍ଭ।   କିଛି ଅସହିଷ୍ଣୁ ବ୍ୟକ୍ତିବିଶେଷ ରିପୋର୍ଟ କରିଥାଇ ପାରନ୍ତି।।

Leave a Reply

Your email address will not be published. Required fields are marked *