Spread the love

ନୂଆଦିଲ୍ଲୀ: ଇରାନର ସର୍ବୋଚ୍ଚ ଶାସନ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ପରେ ଭାରତର ବିଭିନ୍ନ ସ୍ଥାନରେ ପ୍ରତିବାଦ ପ୍ରଦର୍ଶନ ଦେଖା ଦେଇଛି। ଖାମେନେଇଙ୍କ ପରଲୋକରେ ଶୋକ ପ୍ରକାଶ କରିବା ସହ ଆମେରିକା ଏବଂ ଇସ୍ରାଏଲ ବିରୋଧୀ ସ୍ଲୋଗାନ ଦେଇଛନ୍ତି ପ୍ରତିବାଦକାରୀ। ଉତ୍ତେଜନା ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି।
ଆମେରିକା ଏବଂ ଇସ୍ରାଏଲ ଆକ୍ରମଣରେ ଇରାନର ସର୍ବୋଚ୍ଚ ଶାସନ ନେତା ଆୟତୁଲ୍ଲା ଖାମେନିଙ୍କ ହତ୍ୟା ପରେ ଭାରତର ଜମ୍ମୁ ଏବଂ କାଶ୍ମୀର, ଲେହ, ଲଦାଖ, ଦିଲ୍ଲୀ, ମୁମ୍ବଇ ସମେତ ଉତ୍ତର ପ୍ରଦେଶରେ ବ୍ୟାପକ ପ୍ରତିବାଦ ଦେଖାଦେଇଛି। ଜାମ୍ମୁ ଏବଂ କାଶ୍ମୀର ଧର୍ମଗୁରୁ ମୀରୱାଇଜ୍ ଉମର ଫାରୁକ୍ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ତାଙ୍କ ମୃତ୍ୟୁ ଘଟଣାକୁ କଡ଼ା ନିନ୍ଦା କରିବା ସହ ବନ୍ଦ ଡାକରା ଦେଇଥିଲେ। ଲକ୍ଷ୍ନୋରେ ପ୍ରତିବାଦ ସମୟରେ ସିଆ ମୁସଲିମ ମହିଳାମାନେ କାନ୍ଦିଥିଲେ। ଏହାସହ ସେମାନେ ଇସଲାମିକ ଗଣରାଜ୍ୟ ସପକ୍ଷରେ ସ୍ଲୋଗାନ ଦେଉଥିଲେ।

Leave a Reply

Your email address will not be published. Required fields are marked *