Month: May 2023

ଲେଡିଜ୍‌ ହଷ୍ଟେଲରେ ଦୁର୍ବୃତ୍ତଙ୍କ ଆତଙ୍କରାଜ ଘଟଣା: ବନ୍ଧା ହେଲେ ୩ ଅଭିଯୁକ୍ତ

ଭୁବନେଶ୍ୱର: ଭୁବନେଶ୍ୱର ନୟାପଲ୍ଲୀରେ ଲେଡିଜ୍‌ ହଷ୍ଟେଲରେ ଦୁର୍ବୃତ୍ତଙ୍କ ଆତଙ୍କରାଜ ଘଟଣାରେ ବନ୍ଧା ହେଲେ ତିନି ଅଭିଯୁକ୍ତ। ଗିରଫ ଅଭିଯୁକ୍ତ ସୋନୁ ଓରଫ ସନିଆ ଦାସ, ପିଙ୍କୁ ଓରଫ ଶଶିକାନ୍ତ ଭୋଇ ଓ ସଞ୍ଜୟ ବେହେରା। ୫ ତାରିଖ ସଂଧ୍ୟାରେ ହଷ୍ଟେଲର କିଛି…

ଫାଇନାନ୍ସ କର୍ମଚାରୀଙ୍କ ଆଖିରେ ଲଙ୍କାଗୁଣ୍ଡ ପକାଇ ୬୩ ଲକ୍ଷ ଲୁଟ୍‌ ଅଭିଯୋଗ

ବନ୍ତ: ଭଦ୍ରକ ଜିଲ୍ଲା ବନ୍ତ ଥାନା ଅନ୍ତର୍ଗତ ନିମପଲ୍ଲୀ ନିକଟରୁ ଗତ ରବିବାର ରାତିରେ ଏଲ୍‌ଆଣ୍ଡଟି ଫାଇନାନ୍ସ କମ୍ପାନିର ଦୁଇଜଣ କର୍ମଚାରୀଙ୍କ ଆଖିରେ ଲଙ୍କାଗୁଣ୍ଡ ପକାଇ ତିନି ଜଣ ଦୁର୍ବୃତ୍ତମାନେ ଏକଲକ୍ଷ ତେଷଠି ହଜାର ଟଙ୍କା ଲୁଟି ନେଇଥିବା ବନ୍ତ ଥାନାରେ…

ଝାରସୁଗୁଡ଼ା ଉପନିର୍ବାଚନ: ଶେଷ ଦିନରେ ଜୋରଦାର୍ ପ୍ରଚାର କଲେ ନେତା

ଝାରସୁଗୁଡ଼ା/ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଚାଲିଥିବା ପ୍ରଚାର ଆଜି ସନ୍ଧ୍ୟା ୬ଟାରେ ଶେଷ ହୋଇଛି। ଅନ୍ତିମ ଦିନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଓ ବିଜେପିର ଟଙ୍କଧର ତ୍ରିପାଠୀଙ୍କ ସହିତ କଂଗ୍ରେସର ପ୍ରାର୍ଥୀ ଜୋରଦାର ପ୍ରଚାର କରିଛନ୍ତି। ନେତାଙ୍କ ସହିତ ସେମାନଙ୍କର…

ପୁଣି ବାହାନା ଦେଖାଇଲେ ଶ୍ରଦ୍ଧାଞ୍ଜଳି, ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ପୁଣି ୧୫ ଦିନ ସମୟ ଗଡାଇଲେ

ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ଘଟଣା । ପୁଣି ବାହାନା ଦେଖାଇଲେ ଶ୍ରଦ୍ଧାଞ୍ଜଳି । ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ପୁଣି ୧୫ ଦିନ ସମୟ ଗଡାଇଲେ ଶ୍ରଦ୍ଧାଞ୍ଜଳି । ଆସନ୍ତା ୨୦ ତାରିଖରେ ବ୍ୟକ୍ତିଗତ ହାଜିରା ହେବା ପାଇଁ…

ଓଡ଼ିଶା ପ୍ରତି ବାତ୍ୟା ଭୟ ନଥିଲେ ବି ସତର୍କ ରହିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସ୍‌ଆରସି

ଭୁବନେଶ୍ବର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ସ୍ବତନ୍ତ୍ର ରିଲିଫ କମିସନର (ଏସ୍‌ଆରସି) ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ସେ ମତ୍ସଜୀବୀ ଓ ଚାଷୀମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ମତ୍ସଜୀବୀମାନେ ଆସନ୍ତା ୯ ତାରିଖ…

କଂଗ୍ରେସର ୯ ବିଧାୟକ, କିନ୍ତୁ ୨୦ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ: ଚିରଞ୍ଜୀବୀ

ଭୁବନେଶ୍ବର: ‘ଓଡ଼ିଶା ବିଧାନସଭାରେ କଂଗ୍ରେସରୁ ବର୍ତ୍ତମାନ ୯ ଜଣ ବିଧାୟକ ଅଛନ୍ତି। କିନ୍ତୁ ୨୦ ଜଣ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅଛନ୍ତି। ଦିନକୁ ଦିନ ଏ ସଂଖ୍ୟା ବଢ଼ିବାରେ ଲାଗିଛି।’ ଦଳର ନେତୃତ୍ୱକୁ ଆଜି ଏମିତି ଢଙ୍ଗରେ ସମାଲୋଚନା କରିଛନ୍ତି କଂଗ୍ରେସର ପୂର୍ବତନ…

ଝାରସୁଗୁଡା ଉପନିର୍ବାଚନ : ବହୁସଂଖ୍ୟାରେ ମତଦାନ କରିବା ପାଇଁ ଭୋଟରଙ୍କୁ ନିବେଦନ କଲେ ସିଇଓ

ଭୁବନେଶ୍ବର: ଝାରସୁଗୁଡା ଉପନିର୍ବାଚନ ପାଇଁ ଆଜି ସନ୍ଧ୍ୟା ୬ଟାରେ ପ୍ରଚାର ଶେଷ ହୋଇଛି। ଏହା ପରେ ପ୍ରଚାର ମନା କରାଯାଇଛି ବୋଲି ଉପନିର୍ବାଚନକୁ ନେଇ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ନିକୁଞ୍ଜ ଧଳ କହିଛନ୍ତି। ସନ୍ଧ୍ୟା ୬ଟା…

ଅଗ୍ରିଆ ସମାଜକୁ ଜମି ଓ ଅନୁଦାନ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ଆଇନଜୀବୀ

ଝାରସୁଗୁଡା: ଝାରସୁଗୁଡା ଉପନିର୍ବାଚନ ବେଳେ ଅଗ୍ରିଆ ସମାଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ କୋଟି ଟଙ୍କା ଓ ଅଧ ଏକର ଜମି ପ୍ରଦାନ କରିବା ଘଟଣାକୁ ନେଇ ଉପନିର୍ବାଚନ ରିଟର୍ଣ୍ଣିଙ୍ଗ ଅଫିସର ତଥା ଉପଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁଙ୍କ ନିକଟରେ ଅଭିଯୋଗ…

ଓଲଟିଲା ପିକ୍‌ ଅପ୍‌ ଭ୍ୟାନ, ୩୦ ଜଣ କୀର୍ତ୍ତନିଆ ଆହତ

ବରଗଡ଼: ବରଗଡ଼ ଜିଲ୍ଲା ଭଟଳି ଥାନା ଅନ୍ତର୍ଗତ ପିପଳମୁଣ୍ଡା ଛକରେ ଏକ ପିକ୍‌ଅପ୍ ଭ୍ୟାନ୍ ଓଲଟି ପଡ଼ିବାରୁ ୩୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।…

ଆଲିସାନ ସିନେମା ହଲ୍‌ ଗଣ୍ଡଗୋଳ ମାମଲା: ଜେଲ୍‌ରୁ ବାହାରିଲେ ସାଲୁଜାଙ୍କ ପୁଅଙ୍କ ସମେତ ୭ ଜଣ

ପାଟଣାଗଡ଼: ଆଲିସାନ ସିନେମା ହଲରେ ଗଣ୍ଡଗୋଳ ମାମଲାରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜି ଓରଫ ଅମିତ ସିଂ ସାଲୁଜାଙ୍କ ସମେତ ମୋଟ ୭ ଜଣ ଜେଲରୁ ବାହାରିଛନ୍ତି। ଜେଲରୁ ବାହାରିଥିବା ବ୍ୟକ୍ତିମାନେ ହେଲେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ…