Month: April 2023

ଚୀନକୁ ନେଇ ଚିନ୍ତା : ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କଲେ ଭୁଟାନ ରାଜା ୱାଙ୍ଗଚୁକ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଭୁଟାନର ରାଜା ଜିଗମେ ଖେସର ନାମଗ୍ୟାଲ ୱାଙ୍ଗଚୁକଙ୍କ ସହ ଅର୍ଥନୈତିକ ସହଯୋଗ ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ତେବେ ଭୁଟାନ ଉପରେ ଚୀନର ପ୍ରଭାବ ବଢୁଥିବା ଚିନ୍ତା ମଧ୍ୟରେ ଏହି ସାକ୍ଷାତକୁ…

୨୦୨୨-୨୩ରେ ନୋଏଡା ଗୌତମବୁଦ୍ଧ ନଗରର ବାସିନ୍ଦା ପିଇଛନ୍ତି ୧,୬୫୨ କୋଟି ଟଙ୍କାର ମଦ!

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଗୌତମବୁଦ୍ଧ ନଗରର ବାସିନ୍ଦାମାନେ ୨୦୨୨-୨୩ ଆର୍ଥିକ ବର୍ଷରେ ୧,୬୫୨ କୋଟି ଟଙ୍କାର ମଦ ପିଇଛନ୍ତି। ଯାହାକି ୨୦୨୦ରେ କୋଭିଡ୍‌-୧୯ ବ୍ୟାପିବା ପରଠାରୁ ଗୋଟିଏ ଆର୍ଥିକ ବର୍ଷରେ ସର୍ବାଧିକ ରାଜସ୍ୱ। ସେହିପରି ଏହି ସମୟ ମଧ୍ୟରେ ନୋଏଡା ଓ ଗ୍ରେଟର…

ବେଙ୍ଗାଲୁରୁରେ ପ୍ରବଳ ବର୍ଷା ବିମାନ ଚଳାଚଳ ଠପ୍‌

ବେଙ୍ଗାଲୁରୁ: ଆଜି (ମଙ୍ଗଳବାର) ସନ୍ଧ୍ୟାରେ କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦର ଥିବା ସହର ଉପକଣ୍ଠ ଦେବନହଲ୍ଲୀରେ ପ୍ରବଳ ବର୍ଷା ଏବଂ ଖରାପ ପାଗ ହେବା ଯୋଗୁଁ ବିମାନ ଚଳାଚଳ ସଂପୂର୍ଣ୍ଣ ରୂପେ ବାଧାପ୍ରାପ୍ତ ହୋଇଛି ବୋଲି ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି। ପ୍ରବଳ ବର୍ଷା…

ଡିଗ୍ରୀକୁ ଦେଖି ଲୋକେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭୋଟ ଦେଇଥିଲେ କି ବୋଲି ପ୍ରଶ୍ନ କଲେ ଅଜିତ ପାୱାର

ମୁମ୍ବାଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଲେଜ ଡିଗ୍ରୀକୁ ନେଇ ବିବାଦ ଚାଲିଥିବା ବେଳେ ଏନସିପି ନେତା ଅଜିତ ପାୱାର ବଡ଼ ବୟାନ ଦେଇଛନ୍ତି। ମନ୍ତ୍ରୀମାନଙ୍କ ଡିଗ୍ରୀକୁ ନେଇ ପ୍ରଶ୍ନ କରିବା ଠିକ ନୁହେଁ ଓ ଲୋକମାନେ ଜଣେ ନେତା ତା’ର…

ଭୟଙ୍କର ହିମସ୍ଖଳନ, ଗଲାଣି ୬ ପର୍ଯ୍ୟଟକଙ୍କ ଜୀବନ

ସିକ୍କିମ : ସିକ୍କିମର ନାଥୁଲା ମାଉଣ୍ଟେନ ପାସ୍‌ରେ ଆଜି ଭୟଙ୍କର ହିମସ୍ଖଳନ ହୋଇଛି। ବରଫ ଅତଡ଼ା ତଳେ ଫସି ବର୍ତ୍ତମାନ ସୁଦ୍ଧା ୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୨ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ଜଣେ…

ପୁଣି କରୋନା ନେଲା ୯ ମୁଣ୍ଡ, ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୧ ହଜାର ଟପିଲା

ନୂଆଦିଲ୍ଲୀ : ପୁଣି ଦେଶରେ କାୟା ବିସ୍ତାର କରିବା ଆରମ୍ଭ କଲାଣି ମହାମାରୀ କରୋନା। କରୋନା ଯୋଗୁ କେବଳ ଦେଶର ଦୈନିକ ସଂକ୍ରମଣ ବଢ଼ୁନାହିଁ। ବରଂ ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ସ୍ଥିତି ଏପରି ହୋଇଛି ଯେ ଦେଶରେ…

ପ୍ରଥମଥର ଚନ୍ଦ୍ର ମିଶନରେ ଯିବେ ଜଣେ ମହିଳା

ନୂଆଦିଲ୍ଲୀ : ନାସାରେ ମିଶନ ଚନ୍ଦ୍ରରେ ସାମିଲ ହୋଇଛନ୍ତି ଜଣେ ମହିଳା। ପ୍ରଥମଥର ଜଣେ ମହିଳା ଚନ୍ଦ୍ରକୁ ଯିବେ। ସୋମବାର ନାସା ଉକ୍ତ ମହିଳାଙ୍କ ନାଁ ଘୋଷଣା କରିଛନ୍ତି। ପ୍ରଥମ ମହିଳା ଭାବେ ଚନ୍ଦ୍ରକୁ ଯିବେ ଖ୍ରୀଷ୍ଟିନା କୋଚ୍‌। ନାସାର ଆଗାମୀ…

ହିଂସା ସମ୍ପର୍କରେ ବେଙ୍ଗଲକୁ ରିପୋର୍ଟ ମାଗିଲା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ

କୋଲକାତା : ରାମନବମୀ ଓ ଏହାର ପରବର୍ତ୍ତୀ ସମୟରେ ଘଟିଥିବା ହିଂସା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେବାକୁ ବେଙ୍ଗଲ ସରକାରଙ୍କୁ ନିର୍ଦ୍ଦେଶ ଦେଇଛି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ। ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଙ୍ଗଲ ବିଜେପି ମୁଖ୍ୟ ସୁକାନ୍ତ ମଜୁମଦାର ଅଭିଯୋଗ…

ନାମ ଲେଖାଇଥିବା ପିଲାମାନଙ୍କୁ ଫୁଲ ଓ ଚନ୍ଦନ ଦେଇ ସ୍ୱାଗତ କର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ

ଭୁବନେଶ୍ୱର: ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ନୂତନ ଭାବେ ବିଦ୍ୟାଳୟରେ ଆଡ଼ମିସନ ନେଇଥିବା ଛାତ୍ରଛାତ୍ରୀଙ୍କୁ କିଭଳି ସ୍ୱାଗତ କରାଯିବ ସେନେଇ ଜଣାଇଦେଇଛି | ଚିଠିରେ କୁହାଯାଇଛି ଯେ ଆସନ୍ତା ଏପ୍ରିଲ ୧୨ ତାରିଖକୁ ପୂର୍ଣ୍ଣ ଉପସ୍ଥାନ ଦିବସ ରୂପେ ପାଳନ କରାଯିବ…

ଭୁବନେଶ୍ବରରେ ବାଣ ବିସ୍ଫୋରଣ, ଜଣେ ଆହତ

ଭୁବନେଶ୍ବର: ଭୁବନେଶ୍ବର ଭିଏସଏସ ନଗରରେ ବାଣ ବିସ୍ଫୋରଣରେ ଜଣେ ଆହତ ହୋଇଛନ୍ତି। ଘର ଭିତରେ ବାଣ ଭିଡ଼ିବାବେଳେ ବିସ୍ଫୋରଣ ଘଟିଥିଲା। ଏଥିରେ ଜଣେ ବ୍ୟକ୍ତି ଆହତ ହୋଇଥିବାବେଳେ ଘରର ଆଜବେସଟେସ ଉଡ଼ି ଯାଇଥିଲା। ବାଣ ବିସ୍ଫୋରଣର ପ୍ରଚଣ୍ଡ ଶବ୍ଦ ଶୁଣି ସ୍ଥାନୀୟ…