Category: ରାଜ୍ୟ ଖବର

ଛତ୍ରପୁର: କୁମାରବେଗପଲି ନିକଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ, ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ କୁମାରବେଗପଲି ନିକଟରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିବାର ଖବର ମିଳିଛି। ଏହାଫଳରେ ଉକ୍ତ ବାଟଦେଇ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ସୂଚନା ପ୍ରକାରେ ଆଜି ସକାଳ ୯ଟା ୨୦ରେ ଏକ ମାଲବାହୀ…

ମେ ୨୯ରୁ ଯୁକ୍ତ ଦୁଇରେ ନାମଲେଖା ଲାଗି ଆବେଦନ ଆରମ୍ଭ, ଜୁନ ୨୮ରେ ପ୍ରକାଶ ପାଇବ ପ୍ରଥମ ମେରିଟ୍‌ ଲିଷ୍ଟ

ଭୁବନେଶ୍ବର: ମେ ୨୯ ତାରିଖରୁ ଯୁକ୍ତ ଦୁଇରେ ନାମଲେଖା ଲାଗି ଆବେଦନ ଆରମ୍ଭ ହେବ। ଏନେଇ ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଧିବଦ୍ଧଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ଯୁକ୍ତ ଦୁଇରେ ନାମଲେଖା ଲାଗି ଆବେଦନର…

ସମୀକ୍ଷା ବୈଠକରେ ଗୁରୁମନ୍ତ୍ର ଦେଲେ ପୁଲିସ କମିଶନର: ଅଭିଯୋଗକାରୀଙ୍କ କଥା ଶୁଣ

ଭୁବନେଶ୍ବର: ଅପରାଧ କମିଛି, ଦଣ୍ଡବିଧାନ ବଢିଛି। ତଥାପି କ୍ରାଇମ କଣ୍ଟ୍ରୋଲ ଦିଗରେ ଅଧିକ କ୍ରିୟାଶୀଳ ହେବାକୁ କମିଶନରେଟ ପୁଲିସ ପକ୍ଷରୁ ହୋଇଥିବା ସମୀକ୍ଷା ବୈଠକରେ ଗୁରୁମନ୍ତ୍ର ଦେଇଛନ୍ତି ପୁଲିସ କମିଶନର । ସାଇବର ଅପରାଧ, ଟ୍ରାଫିକ ସମସ୍ୟା, ପ୍ରପର୍ଟି ଅଫେନ୍ସ ଆଦି…

ଡାକ୍ତରଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ, ନର୍ସଙ୍କୁ ଦୁର୍ବ୍ୟବହାର ନେଇ ମାମଲା ରୁଜୁ

ଭଦ୍ରକ: ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଜଣେ ଡାକ୍ତରଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆସିଛି। ଡାକ୍ତର ଜଣକ ଜଣେ ନର୍ସଙ୍କୁ ଦୁର୍ବ୍ୟବହାର ସହ ଅସଦାଚରଣ କରିଥିବା ନେଇ ଚାନ୍ଦବାଲି ଥାନାରେ ମାମଲା ରୁଜୁ ହୋଇଛି। ପୁଲିସ ଅଭିଯୋଗକାରିଣୀଙ୍କ ୧୬୪ ବୟାନ ରେକର୍ଡ କରିଛି।…

ମୁକ୍ତ ହେବେ ରାଜ୍ୟର ବିଭିନ୍ନ ଜେଲ୍‌ରେ ଆଜୀବନ କାରାଦଣ୍ଡ କାଟୁଥିବା ୮ ଜଣ କଏଦୀ

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଜେଲ୍‌ରେ ଆଜୀବନ କାରାଦଣ୍ଡ କାଟୁଥିବା ୮ ଜଣ କଏଦୀ ଜେଲ୍‌ରୁ ମୁକ୍ତ ହେବେ। ଓଡ଼ିଶା ଷ୍ଟେଟ ସେଂଟେନ୍ସ ରେଭିନ୍ୟୁ ବୋର୍ଡ ପକ୍ଷରୁ ସୁପାରିସ କରାଯିବା ପରେ ରାଜ୍ୟ ସରକାର ଏନେଇ ଅନୁମତି ଦେଇଛନ୍ତି। ସୂଚନାଯୋଗ୍ୟ, ଯେଉଁ କଏଦୀମାନେ…

ମାଟିମନସ୍କ ହେଲେ ବିକାଶଧାରା ଅଟକିବନି: ରାଜ୍ୟପାଳ

ଜଳେଶ୍ୱର: ଭାରତୀୟମାନେ ବିଶ୍ୱବାସୀଙ୍କୁ ମୂଲ୍ୟଯୁକ୍ତ ‘ଶୂନ’ ବା ‘ଜିରୋ’ ଉପହାର ଦେଇଛନ୍ତି। ଯାହା ବୁଦ୍ଧିମତାର ପରିଚୟ। ଏହା ହିଁ ପ୍ରକୃତରେ ବିକାଶଧାରା। ବିକାଶକୁ କେବେ ରୋକାଯାଇ ପାରିବନି। ମଣିଷ ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ ବଳରେ ଚନ୍ଦ୍ରପୃଷ୍ଠକୁ ଯାଇ ଘର କରିବା…

ମହାନଦୀ ଟ୍ରିବ୍ୟୁନାଲ ସଦସ୍ୟଙ୍କ ନୂଆପଡ଼ା ଗସ୍ତ

ନୂଆପଡ଼ା: ମହାନଦୀ ଟ୍ରିବ୍ୟୁନାଲଙ୍କ କ୍ଷେତ୍ର ପରିଦର୍ଶନର ଚତୁର୍ଥଦିନରେ ଟିମ୍ ସଦସ୍ୟମାନେ ଆଜି ନୂଆପଡ଼ା ଜିଲ୍ଲାରେ ପହଞ୍ଚି ସାଇପଲା ଡ୍ୟାମ୍‌ ଓ ପତୋରା ଅପର ଜୋଙ୍କ ଜଳସେଚନ ପ୍ରକଳ୍ପ ବୁଲି ଦେଖିଛନ୍ତି। ମଧ୍ୟାହ୍ନ ୧୨ଟାରେ ଜଷ୍ଟିସ୍ ଏଏମ୍ ଖାନୱଲିକରଙ୍କ ନେତୃତ୍ବରେ ଟ୍ରିବ୍ୟୁନାଲ ସଦସ୍ୟ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ଭଙ୍ଗାହେଲା ବଡ଼ଆଖଡ଼ା ମଠ ଘର

ପୁରୀ: ବହୁଦିନର ନିରବତା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ପାଇଁ ଆଜି ପୁଣି ଉଚ୍ଛେଦ ଆରମ୍ଭ ହୋଇଛି। ଆଜି ବଡ଼ଦାଣ୍ଡକୁ ଲାଗି ଥିବା ବଡ଼ ଆଖଡ଼ା ମଠର ପୁରୁଣା ଘରକୁ ଉଚ୍ଛେଦ କରାଯାଇଛି। ଆଜି ଜେସିବି ଲଗାଇ ଉତ୍ତର-ପୂର୍ବ ଦ୍ବାର…

ଫିକ୍ସଡ ଡିପୋଜିଟରୁ ଉଭାନ୍‌ ହୋଇଗଲା ୧୦ ଲକ୍ଷ ଟଙ୍କା

ସୋର: ଫିକ୍ସଡ ଡିପୋଜିଟରୁ ଉଭାନ୍‌ ହୋଇଗଲା ଦଶ ଲକ୍ଷ ଟଙ୍କା । ଅନ୍‌ଲାଇନ୍‌ ଠକାମୀର ଶିକାର ହେଲେ ଯୁବକ । ବାଲେଶ୍ୱର ଜିଲ୍ଲା ସୋର ବନ୍ଧନ ବ୍ୟାଙ୍କରେ ଫିକ୍ସଡ ଡିପୋଜିଟ ଆକାଉଣ୍ଟରୁ ୧୦ ଲକ୍ଷ ଟଙ୍କା ଲୁଟି ନେଲେ ଅନଲାଇନ ଠକ…

ସୁଶାନ୍ତ ସିଂଙ୍କୁ ପଶ୍ଚିମ ଓଡ଼ିଶାର ୯ ଜିଲ୍ଲା ଦାୟିତ୍ୱ

ଭୁବନେଶ୍ୱର: ୨୦୨୪ ନିର୍ବାଚନରେ ପଶ୍ଚିମ ଓଡ଼ିଶାର ୫ରୁ ୫ ଲୋକସଭା ଆସନରେ ଜିତିବ ବିଜେଡି । ପଶ୍ଚିମ ଓଡ଼ିଶାର ୩୫ରୁ ୩୧ ବିଧାନସଭା ଆସନରେ ମଧ୍ୟ ବିଜୟୀ ହେବୁ । ଏହି ଦୃଢ଼ୋକ୍ତି କରିଛନ୍ତି ଭଟଲି ବିଧାୟକ ସୁଶାନ୍ତ ସିଂ ।…