Spread the love

ଭଦ୍ରକ: ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଜଣେ ଡାକ୍ତରଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆସିଛି। ଡାକ୍ତର ଜଣକ ଜଣେ ନର୍ସଙ୍କୁ ଦୁର୍ବ୍ୟବହାର ସହ ଅସଦାଚରଣ କରିଥିବା ନେଇ ଚାନ୍ଦବାଲି ଥାନାରେ ମାମଲା ରୁଜୁ ହୋଇଛି। ପୁଲିସ ଅଭିଯୋଗକାରିଣୀଙ୍କ ୧୬୪ ବୟାନ ରେକର୍ଡ କରିଛି।
ସୂଚନା ଅନୁସାରେ ଚାନ୍ଦବାଲି ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କର୍ତ୍ତବ୍ୟରତ ଡାକ୍ତର ପ୍ରଦ୍ୟୁମ୍ନ ସାହୁ ଏହି ଡାକ୍ତରଖାନାର ଜଣେ କର୍ତ୍ତବ୍ୟରତ ନର୍ସଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଚାନ୍ଦବାଲି ଥାନା ପୁଲିସ ସଂପୃକ୍ତ ନର୍ସଙ୍କ ନିକଟରୁ ଏଭଳି ଅଭିଯୋଗ ପାଇବା ପରେ ଥାନାରେ ମାମଲା ରୁଜୁ କରିଛି। ଏହି ଘଟଣାରେ ସଂପୃକ୍ତ ଡାକ୍ତରଙ୍କର ପ୍ରତିକ୍ରିୟା ମିଳି ପାରି ନଥିବା ବେଳେ ଡାକ୍ତରଙ୍କୁ ପୁଲିସ ଗିରଫ କରି ନାହିଁ । ପୁଲିସ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି। ଏହି ଘଟଣାକୁ ନେଇ ଆଜି ଚାନ୍ଦବାଲି ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

Leave a Reply

Your email address will not be published. Required fields are marked *