Spread the love

କଟକ : ଗ୍ଲାସ୍ ଭାଙ୍ଗିଲେ, ମାଇକ ଉପାଡ଼ିଲେ ଓ ଚେୟାର ଫିଙ୍ଗଲେ । କଟକ ମହାନଗର ନିଗମ-ସିଏମସି କାଉନସିଲ୍ ବୈଠକରେ କର୍ପୋରେଟରଙ୍କ ତୁମୁଳକାଣ୍ଡ। ଅନ୍ୟ ଜଣେ କର୍ପୋରେଟର ଏହାକୁ ବିରୋଧ କରିବାରୁ ଆହୁରି ବଢିଲା ବିବାଦ।କଟକ ମହାନଗର ନିଗମ କାଉନସିଲ୍ ବୈଠକରେ ୫୧ ନମ୍ବର କର୍ପୋରେଟର ରାକେଶ ସ୍ବାଇଁ ଜିମ ଉପକରଣ କିଣା ନେଇ ଯନ୍ତ୍ରୀଙ୍କୁ କିଛି ପ୍ରଶ୍ନ କରିଥିଲେ ।

ଜିମ ଉପକରଣ କିଣାରେ ଦୁର୍ନୀତି ନେଇ ସେ ଅଭିଯୋଗ ଆଣିଥିଲେ । ଏନେଇ ଯନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ସେ ଭଙ୍ଗାରୁଜା କରିଥିଲେ ୫୧ ନମ୍ବର ୱାର୍ଡର କର୍ପୋରେଟର । ଅନ୍ୟ ଜଣେ କର୍ପୋରେଟର ରବି ନାରାୟଣ ସାହୁ ଏହାକୁ ବିରୋଧ କରିବାରୁ ବିବାଦ ଆହୁରି ବଢ଼ିଥିଲା। କିଛି ସମୟ ପାଇଁ କାଉନସିଲ୍ ବୈଠକରେ ଉଭୟ ପକ୍ଷର କର୍ପୋରେଟର ମାନଙ୍କ ଭିତରେ ପ୍ରବଳ ହୋହାଲ୍ଲା, ଯୁକ୍ତିତର୍କ, କଥା କଟାକଟି ଦେଖିବାକୁ ମିଳି ଥିଲା। ଏଭଳି ପରିସ୍ଥିତିରେ ସୃଷ୍ଟି ହେବା ପରେ ବୈଠକ ଆଉ ଆଗକୁ ବଢ଼ି ପାରି ନ ଥିଲା। ଏହା ଏକ ଦୁର୍ଭାଗ୍ୟଜନକ ଘଟଣା କହିଲେ ମେୟର ସୁବାସ ସିଂ ।

Leave a Reply

Your email address will not be published. Required fields are marked *