ଅଭିଯୁକ୍ତ ଜଣକ ହେଉଛି ରୋହିତ ଆର୍ଯ୍ୟା। ସେ ଭିଡିଓରେ କହିଥିଲା ଯେ, ମୁଁ କୌଣସି ଆତଙ୍କବାଦୀ ନୁହଁ କି ଟଙ୍କା ପାଇଁ ପିଲାମାନଙ୍କୁ ପଣବନ୍ଦୀ ରଖିନାହିଁ। କିଛି ଲୋକଙ୍କଠାରୁ ମୋତେ ଉତ୍ତର ଦରକାର। ମୁଁ ଯୋଜନାବଦ୍ଧ ଭାବେ ପିଲାମାନଙ୍କୁ ପଣବନ୍ଦୀ ରଖିଛି। ଯଦି ମୋ ବିରୋଧରେ କିଛି ବି କାର୍ଯ୍ୟାନୁଷ୍ଠାନ ନିଆଯାଏ ତେବେ ମୁଁ ପିଲାମାନଙ୍କ ଶରୀରରେ ନିଆଁ ଲଗାଇଦେବି। ରୋହିତର ଏପରି ଧମକ ଶୁଣି ପିଲାଙ୍କ ଅଭିଭାବକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ପିଲାଙ୍କ ସହିତ ଯାଇଥିବା ମା’ବାପାମାନେ ଭୟରେ ଥରି ଉଠିଥିଲେ।
ଘଟଣାସ୍ଥଳରେ ପହଞ୍ଚିଥିବା ମୁମ୍ବଇ ପୁଲିସ ଟିମ ଏବଂ କମାଣ୍ଡୋମାନେ ଅଭିଯୁକ୍ତ ସହିତ ଆଲୋଚନା କରିଥିଲେ। ସେହି ସମୟ ମଧ୍ୟରେ ଯୋଜନା ପ୍ରସ୍ତୁତ ହୋଇଥିଲା। ସୁଯୋଗ ମିଳିବା କ୍ଷଣି ପୁଲିସ ଷ୍ଟୁଡିଓରେ ପଶି ରୋହିତକୁ ଘେରିଯାଇଥିଲା। ରୋହିତକୁ ଆତ୍ମସମର୍ପଣ କରିବାକୁ କୁହାଯାଇଥିଲା। କିନ୍ତୁ ରୋହିତ ଏକ ବନ୍ଧୁକରୁ ପୁଲିସ ଉପରକୁ ଗୁଳି ଚଳାଇବାକୁ ଉଦ୍ୟମ କରିଥିଲା। ଯାହାଫଳରେ ପୁଲିସ ଗୁଳି କରିବାରୁ ରୋହିତ ନିହତ ହୋଇଥିଲା। ଏସବୁ ଘଟଣା ସମ୍ପୂର୍ଣ୍ଣ ଫିଲ୍ମ ଷ୍ଟାଇଲରେ ସମ୍ପନ୍ନ ହୋଇଥିଲା। ତେବେ ସେ କାହିଁକି ପିଲାମାନଙ୍କୁ ପଣବନ୍ଦୀ ରଖିଥିଲା ତାହା ଏଯାଏ ଜଣାପଡ଼ି ନାହିଁ।