Spread the love

ଭୁବନେଶ୍ଵର: ବରିଷ୍ଠ ବିଜେପି ନେତା ଶଙ୍କର ପରିଡ଼ାଙ୍କର ପରଲୋକ ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ଏମ୍ସ ରେ ତାଙ୍କର ବିୟୋଗ ହୋଇଛି। ଗତକାଲି ତାଙ୍କୁ କ୍ୟାପିଟାଲ ହସ୍ପିଟାଲରୁ ଏମ୍ସ ସ୍ଥାନାନ୍ତର କରାଯାଇଥିଲା। ସେ ଜିଲା ପରିଷଦ ସଭାପତି ଏବଂ ପୁରୀ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ବିଜେପି ରାଜ୍ୟ ପଞ୍ଚାୟତିରାଜ ସେଲର ସେ ଅଧ୍ୟକ୍ଷ ଥିଲେ। ଅର୍ଥାଭାବ ଯୋଗୁଁ ତାଙ୍କ ଚିକିତ୍ସାରେ ବାଧା ଉପୁଜିଥିଲା। ଦଳର କୌଣସି ନେତା କିମ୍ବା ମନ୍ତ୍ରୀ ତାଙ୍କୁ ଚିକିତ୍ସାଧୀନ ଅବସ୍ଥାରେ ସାକ୍ଷାତ କରି ନଥିଲେ କିମ୍ବା ତାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇନଥିଲା। ଏହି ଖବର ଗତକାଲି ସମାଜରେ ପ୍ରକାଶ ପାଇବା ପରେ ତାଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଥିଲା।

Leave a Reply

Your email address will not be published. Required fields are marked *