Spread the love

ଭୁବନେଶ୍ଵର : ଜାତୀୟ ଚଳଚିତ୍ର ଉତ୍ସବରେ ପୁଷ୍କରାକୁ ଶ୍ରେଷ୍ଠ ଓଡିଆ ଚଳଚିତ୍ର ପୁରସ୍କାର ମିଳିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇଛନ୍ତି। ଚଳଚ୍ଚିତ୍ର ସହ ଜଡିତ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ଓଡିଆ ଚଳଚ୍ଚିତ୍ର ଜଗତ ଏପରି ଉତ୍ତମ ଚଳଚ୍ଚିତ୍ର ନିର୍ମାଣ ନେଇ କାମନା କରିଛନ୍ତି। ୨୦୨୩ ବର୍ଷ ପାଇଁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ୭୧ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବରେ ଓଡିଆ ପରମ୍ପରା ଉପରେ ଆଧାରିତ ଚଳଚ୍ଚିତ୍ର ପୁଷ୍କରାକୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁରସ୍କାର ପ୍ରଦାନ କରାଯାଇଛି।

ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ  ଚଳଚିତ୍ର , ନିର୍ମାତା, ନିର୍ଦେଶକ , ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ। ପୁଷ୍କରା ପାଇଁ ଲିତିଶା ମଙ୍ଗତ ପଣ୍ଡା ଏବଂ ନିର୍ଦେଶକ ଶୁଭ୍ରାଂଶୁ ଦାସ ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ। ୧୯ ସେପ୍ଟେମ୍ବର ୨୦୨୩ ରେ ତରଙ୍ଗ ସିନେ ପ୍ରଡକ୍ସନ୍ ବ୍ୟାନରରେ ଏହି ଚଳଚ୍ଚିତ୍ରଟି ନିର୍ମିତ ହୋଇଥିଲା। ଶକ୍ତର ତ୍ରିପାଠୀଙ୍କ ଓଡିଆ ଉପନ୍ୟାସ ନାଦବିନ୍ଦୁ ଆଧାରରେ ଏହି ଚଳଚ୍ଚିତ୍ର ନିର୍ମାଣ ହୋଇଥିଲା। ଶଙ୍କର ତ୍ରିପାଠୀ କାହାଣୀ ଏବଂ ସଂଳାପ ଲେଖିଥିବାବେଳେ ଶୁଭ୍ରାଂଶୁ ଦାସ ନିର୍ଦେଶନା ଦେଇଥିଲେ।

Leave a Reply

Your email address will not be published. Required fields are marked *