Spread the love

ଭୁବନେଶ୍ୱର: ଏଣିକି ମହିଳାମାନେ ରାତିରେ ବିଭିନ୍ନ ଘରୋଇ ସଂସ୍ଥାରେ କାର୍ଯ୍ୟ କରିପାରିବେ। ରାତିରେ କାମ କରିବା ପାଇଁ ମହିଳା କର୍ମଚାରୀଙ୍କ ସହମତି ଆବଶ୍ୟକ। ନାଇଟ୍‌ ସିଫ୍ଟରେ କାମ କରିବା ପାଇଁ ମହିଳା ଦେବେ ସହମତି ପତ୍ର। ଏନେଇ ଶ୍ରମ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି।

ଜିପିଏସ୍‌ ଟ୍ରାକିଂ ବ୍ୟବସ୍ଥା ସହ ପରିବହନ ସୁବିଧା ଥିବା ଆବଶ୍ୟକ। ରାତିରେ ମହିଳାଙ୍କୁ ଘରୁ ଆଣିବା ଓ ଛାଡ଼ିବା ପାଇଁ ବ୍ୟବସ୍ଥା ରହିବା ଆବଶ୍ୟକ। ଅତି କମରେ ୩ ଜଣ ମହିଳା ରାତି ସିଫ୍ଟରେ ରହିବେ। ମହିଳାଙ୍କୁ ଘରୁ ଆଣିବା ଓ ଛାଡ଼ିବା ପାଇଁ ଜିପିଏସ ଟ୍ରାକିଂ ସିଷ୍ଟମ ଥିବା ପରିବହନ ବ୍ୟବସ୍ଥା ଆବଶ୍ୟକ ।

ରାତିରେ ଯେଉଁ ଡ୍ରାଇଭର ରହିବେ ତାଙ୍କର ବାୟୋଡାଟା ଏବଂ ପୋଲିସ ଭେରିଫିକେସନ୍ ଥିବା ଆବଶ୍ୟକ। ସେହିଭଳି ମହିଳାଙ୍କୁ ୱାସ୍ ରୁମ ଏବଂ ପିଇବା ପାଣି ଯୋଗାଇ ଦେବ ସଂସ୍ଥା। ସିଟିଟିଭ ସର୍ଭେଲାନ୍ସରେ ରହିବେ ମହିଳା କର୍ମଚାରୀ। ରାତିରେ କେହି କିଶୋର କର୍ମଚାରୀ କାମ କରିବେ ନାହିଁ। ଏହା ନିଶ୍ଚିତ କରିବେ ସଂପୃକ୍ତ ସଂସ୍ଥା। ମହିଳା କର୍ମଚାରୀଙ୍କ ନିଯୁକ୍ତି ବଢ଼ାଇବାକୁ ଏହି ପଦକ୍ଷେପ ନିଆଯାଇଛି।

Leave a Reply

Your email address will not be published. Required fields are marked *