Spread the love

କଟକ: ବିଳମ୍ବରେ ଅଫିସ ଆସିବା ଓ ସରକାରୀ କାର୍ଯ୍ୟରେ ଅବହେଳା ଅଭିଯୋଗରେ ସିଏମସି ଯୁଗ୍ମ କମିସନରଙ୍କ ସମେତ ୩୦ କର୍ମଚାରୀଙ୍କ ଉପରେ ଆକ୍ସନ ହୋଇଛି। ନୂଆ କମିସନର କିରନଦୀପ କୌର ସହୋତା ଜଣେ ଯୁଗ୍ମ କମିସନର ଏବଂ ୩୦ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଯାହା ଏବେ କଟକ ମହନଗର ନିଗମରେ ଆଲୋଡ଼ନ ସୃଷ୍ଟି କରିଛି।

ତେବେ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି କଟକ ମେୟର ସୁବାସ ସିଂହ। ସେ କହିଛନ୍ତି ‘‘ଏହା ଆରମ୍ଭ ମାତ୍ର, ଅନେକ ସମୟରେ ଅଧିକାରୀ ଓ କିରାଣୀ ମାନେ ଅଫିସରେ ଉପସ୍ଥିତ ରହୁନାହାନ୍ତି। ଯାହା ଫଳରେ ସାଧାରଣ ଲୋକଙ୍କ ଅଭିଯୋଗର ସମାଧାନ କରିବାରେ ବିଳମ୍ବ ହେଉଛି।’’

ତେବେ ଅଫିସରେ ବାୟୋମେଟ୍ରିକରେ ଉପସ୍ଥାନ ଓ ଅନଲାଇନ ଜରିଆରେ ସମସ୍ତ କାର୍ଯ୍ୟ କରିବା ପାଇଁ ବ୍ୟବସ୍ଥା ଖୁବଶୀଘ୍ର କରାଯାଉଛି ବୋଲି ମେୟର କହିଛନ୍ତି। ସରକାରୀ ଅଧିକାରୀ ଲୋକମାନଙ୍କ ସେବା ଯୋଗାଇବା ପାଇଁ ଅଛନ୍ତି ଯଦି ସେମାନେ ବିଳମ୍ବରେ ଆସିବେ ତେବେ ସରକାରୀ କାର୍ଯ୍ୟ ବାଧା ପ୍ରାପ୍ତ ହେବ ଯାହାକୁ କେବେ ମହାନଗର ନିଗମ   ବରଦାସ୍ତ କରିବ ନାହିଁ ବୋଲି କହିଛନ୍ତି ମେୟର।

Leave a Reply

Your email address will not be published. Required fields are marked *