Spread the love

ନୂଆଦିଲ୍ଲୀ: ୨୦୨୩ ପାଇଁ ଘୋଷଣା ହେଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ଯେଉଁଥିରେ ବଲିଉଡ୍ ବାଦଶାହା ଅଭିନେତା ଶାହରୁଖ ଖାନଙ୍କୁ ମିଳିଛି ଶ୍ରେଷ୍ଠ ଅଭିନେତା ପୁରସ୍କାର । ‘ଯଓ୍ୱାନ’ ଫିଲ୍ମ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି । ସେହିପରି ‘ଟୁଓ୍ୱେଲଥ୍ ଫେଲ୍’ ଫିଲ୍ମ ପାଇଁ ବିକ୍ରାନ୍ତ ମାସିଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ଘୋଷଣା କରାଯାଇଛି ।

ରାଣୀ ମୁଖାର୍ଜୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଘୋଷଣା ହୋଇଛି । ଏହାସହିତ ରଣବୀର କପୁରଙ୍କ ଅଭିନୀତ ଆନିମଲ୍ ଫିଲ୍ମ ପାଇଁ ସନ୍ଦୀପ ରେଡ୍ଡୀ ବାଙ୍ଗାଙ୍କୁ ଶ୍ରେଷ୍ଠ ସାଉଣ୍ଡ ଡିଜାଇନ୍ ଆଉ ବ୍ୟାକଗ୍ରାଉଣ୍ଡ ସ୍କୋର କ୍ୟାଟେଗୋରିରେ ଆଓ୍ୱାର୍ଡ ଜିତିଛନ୍ତି ।

‘ଟୁଓ୍ୱେଲଥ୍ ଫେଲ୍’ ଫିଲ୍ମକୁ ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ଘୋଷଣା କରାଯାଇଛି । ଅନ୍ୟପଟେ ଓଡ଼ିଆ ଫିଲ୍ମ ‘ପୁଷ୍କରା’କୁ ଜାତୀୟ ପୁରସ୍କାର ଘୋଷଣା । ଶୁଭ୍ରାଂଶୁ ଦାଶଙ୍କ ନିର୍ଦ୍ଦେଶିତ ‘ପୁଷ୍କରା’କୁ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ଜାତୀୟ ପୁରସ୍କାର ମିଳିବ। ତରଙ୍ଗ ସିନେ ପ୍ରଡକସନ୍ସର ‘ପୁଷ୍କରା’ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ବିବେଚିତ ହୋଇଛି। ଏହି ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ରରେ ସବ୍ୟସାଚୀ ମିଶ୍ର ଅଭିନୟ କରିଛନ୍ତି।

୨୦୨୩ ଗଣେଶ ପୂଜା ଦିନ ବହୁପ୍ରତୀକ୍ଷିତ ଓଡ଼ିଆ ଛବି ‘ପୁଷ୍କରା ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ନିଚ୍ଛକ ଅଭିନୟ ଦର୍ଶକଙ୍କୁ ଆକର୍ଷିତ କରିଥିଲା । ନାଦବିନ୍ଦୁରୁ ଅନୁପ୍ରାଣିତ ସିନେମା ପୁଷ୍କରା ।

Leave a Reply

Your email address will not be published. Required fields are marked *