Spread the love

ଯାଜପୁର: ଯାଜପୁର ଜିଲ୍ଲାରେ କଲେରା ବ୍ୟାପିବା ପ୍ରସଙ୍ଗରେ ଧର୍ମଶାଳା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଧିକାରୀ ଡାକ୍ତର ସୁଧୀର କୁମାର ସାହୁଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଛି। କଲେରା ପରିଚାଳନା ସମୟରେ ସେ ସଠିକ୍ ନିରୀକ୍ଷଣ କରିନଥିଲେ ବୋଲି ନୋଟିସରେ ଉଲ୍ଲେଖ କରାଯାଇଛି।
ସ୍ୱାସ୍ଥ୍ୟ ସଚିବ ଓ ସ୍ୱତନ୍ତ୍ର ସଚିବଙ୍କ ଯାଜପୁର ଗସ୍ତ ସମୟରେ ଅବହେଳା ନେଇ ଅନୁଭବ କରିଥିଲେ, ଯେଉଁଥି ପାଇଁ ଜନସ୍ୱାସ୍ଥ୍ୟ ସେବା ବିଗିଡ଼ିଥିଲା। ଗତ ୨୪ ତାରିଖରେ କାର୍ଯ୍ୟରେ ଅବହେଳା ପାଇଁ ଶ୍ରୀ ସାହୁଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଛି। ଆଗାମୀ ୭ ଦିନ ଭିତରେ ଜବାବ ରଖିବାକୁ ନିର୍ଦ୍ଦେଶ ହୋଇଛି।
ସୂଚନାଯୋଗ୍ୟ, ଧର୍ମଶାଳା ବ୍ଲକ ସମେତ ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚଳିତ ମାସ ଦ୍ବିତୀୟ ସପ୍ତାହରେ ଡାଇରିଆ ଓ କଲେରା ସଂକ୍ରମଣ ବ୍ୟାପିଥିଲା। ଏହି ସଂକ୍ରମଣ କାରଣରୁ ଅନେକ ଲୋକଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ଜିଲ୍ଲାରେ ଡାଇରିଆ ବ୍ୟାପୁଥିବାରୁ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଥିଲା। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ଜୁନ ୧୪ରୁ ୧୬ ତାରିଖ ଯାଏଁ ତିନିଦିନ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟ ଖୋଲା ରହିଥିଲା। ଏହି ସମୟରେ କୌଣସି କର୍ମଚାରୀଙ୍କୁ ଛୁଟି ପାଇଁ ଅନୁମତି ଦିଆଯାଇ ନଥିଲା। ଏଥି ସହିତ ପୂର୍ବରୁ ଦିଆଯାଇଥିବା ଛୁଟି ମଧ୍ୟ ବାତିଲ କରାଯାଇଥିଲା। ଯାଜପୁର ଜିଲ୍ଲାରେ ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୭୦୦ ଅତିକ୍ରିମ କରିଥିବା ବେଳେ ମୃତ୍ୟୁସଂଖ୍ୟା ୧୧ ଛୁଇଁଥିଲା।

Leave a Reply

Your email address will not be published. Required fields are marked *