Spread the love

ପୁରୀ: ଶରଧାବାଲିରେ ଘଟିଥିବା ମର୍ମନ୍ତୁଦ ଦଳାଚକଟା ଘଟଣା ପରେ ରାଜ୍ୟ ସରକାରଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ କ୍ରମରେ ପୁରୀର ନୂତନ ଏସ୍‌ପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ପିନାକ ମିଶ୍ର। ଦାୟିତ୍ୱ ନେବା ପରେ ସେ ନିଜର ପ୍ରତିକ୍ରିୟା ରଖିଛନ୍ତି।

ଶ୍ରୀ ମିଶ୍ର କହିଛନ୍ତି, “ମୋର ପୂର୍ବରୁ ଥିବା ଛୋଟ ଅଭିଜ୍ଞତାକୁ କାମରେ ଲଗାଇବି। ମହାପ୍ରଭୁ ମୋତେ ଓ ମୋ ଟିମ୍‌କୁ ଶକ୍ତି ଦିଅନ୍ତୁ ବୋଲି ପ୍ରାର୍ଥନା କରୁଛି।” ସେ ଆହୁରି ମଧ୍ୟ କହିଛନ୍ତି ଯେ, “ବର୍ତ୍ତମାନ ଏହି ଦୁର୍ଘଟଣା ବିଷୟରେ କିଛି କହିବା ଠିକ୍ ହେବ ନାହିଁ। ଆଗକୁ ଥିବା ସମସ୍ତ ନୀତିକାନ୍ତି କିପରି ଶୃଙ୍ଖଳିତ ଭାବେ ସମ୍ପନ୍ନ ହେବ, ତାହା ମୋର ପ୍ରାଥମିକତା ରହିବ।”

ଉଲ୍ଲେଖଯୋଗ୍ୟ ଯେ, ରବିବାର ଭୋରରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଘଟିଥିବା ଦଳାଚକଟାରେ ୩ ଜଣ ଭକ୍ତଙ୍କ ମୃତ୍ୟୁ ପରେ ରାଜ୍ୟ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି କ୍ରମରେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଏସ୍‌ପି ବିନିତ ଅଗ୍ରୱାଲଙ୍କୁ ବଦଳି କରାଯାଇଛି। ଶ୍ରୀ ସ୍ୱାଇଁଙ୍କ ସ୍ଥାନରେ ଚଞ୍ଚଳ ରାଣାଙ୍କୁ ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ, ଶ୍ରୀ ଅଗ୍ରୱାଲଙ୍କ ସ୍ଥାନରେ ପିନାକ ମିଶ୍ରଙ୍କୁ ନୂଆ ଏସ୍‌ପି ଭାବେ ନିଯୁକ୍ତ କରାଯାଇଛି। ଏଥିସହିତ, ଡିସିପି ବିଷ୍ଣୁ ପତି ଏବଂ କମାଣ୍ଡାଣ୍ଟ ଅଜୟ କୁମାର ପାଢ଼ୀଙ୍କୁ ନିଲମ୍ବନ କରାଯାଇଛି।

Leave a Reply

Your email address will not be published. Required fields are marked *