Spread the love

ଭୁବନେଶ୍ୱର: କେନ୍ଦ୍ର ନିର୍ବାଚନ ଅଧିକାରୀ ଡ.ବି ଲକ୍ଷ୍ମଣଙ୍କ ନିର୍ଦ୍ଦେଶକ୍ରମେ ଭାରତୀୟ ଜନତା ପାର୍ଟି (ବିଜେପି)ର ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟମାନଙ୍କ ନିର୍ବାଚନ ପ୍ରକ୍ରିୟା ଜୁନ୍ ୨୯, ଅର୍ଥାତ୍ ଆସନ୍ତାକାଲିରୁ ଆରମ୍ଭ ହେଉଛି। ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ସୂଚନା ଅନୁଯାୟୀ, ୩ ଦିନ ଧରି ଚାଲିଥିବା ଏହି ନିର୍ବାଚନ ପ୍ରକ୍ରିୟା ଜୁଲାଇ ୧ ସୁଦ୍ଧା ଶେଷ ହେବ।

ଷଡ଼ଙ୍ଗୀ ଆହୁରି କହିଛନ୍ତି ଯେ, ନିର୍ବାଚନ ପ୍ରକ୍ରିୟାର ସୁପରିଚାଳନା ଓ ତଦାରଖ କରିବା ପାଇଁ କେନ୍ଦ୍ର ନିର୍ବାଚନ ଅଧିକାରୀଙ୍କ ତରଫରୁ ବିହାର ସାଂସଦ ସଞ୍ଜୟ ଜୟସ୍ୱାଲଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସେ ଓଡ଼ିଶା ଗସ୍ତ କରିବେ।

ପ୍ରତି ୩ ବର୍ଷରେ ଏକଥର ବିଜେପିର ସାଙ୍ଗଠନିକ ନିର୍ବାଚନ ଅନୁଷ୍ଠିତ ହୋଇଥାଏ। ଚଳିତ “ସାଙ୍ଗଠନିକ ନିର୍ବାଚନ ୨୦୨୪” ବିଗତ ନିର୍ବାଚନ ପରି ସ୍ଥାନୀୟ ସ୍ତରରୁ ଆରମ୍ଭ ହୋଇ ରାଷ୍ଟ୍ରୀୟ ସଭାପତିଙ୍କ ନିର୍ବାଚନରେ ଶେଷ ହେବ। ଏହି ପ୍ରକ୍ରିୟାରେ ବିଜେପିର ସ୍ଥାନୀୟ ସମିତି, ମଣ୍ଡଳ ସମିତି, ଜିଲ୍ଲା ସମିତି ନିର୍ବାଚନ ରାଜ୍ୟ ସଭାପତି ଓ ପରିଷଦ ସଦସ୍ୟ ନିର୍ବାଚନ ପୂର୍ବରୁ ଶେଷ ହୋଇସାରିଛି।

Leave a Reply

Your email address will not be published. Required fields are marked *