Spread the love

ଓ୍ବାଶିଂଟନ: ଟେସ୍‌ଲା ମୁଖ୍ୟ ଏଲନ ମସ୍କ ଏବେ ଖୋଲାଖୋଲି ଭାବରେ ଟ୍ରମ୍ପ ପ୍ରଶାସନକୁ ବିରୋଧ କରୁଛ୍ତି। ଟ୍ରମ୍ପ ପ୍ରଶାସନ ଦ୍ୱାରା ଆଗତ ଟିକସ ବିଲ୍‌କୁ ମସ୍କ ତୀବ୍ର ସମାଲୋଚନା କରିଛନ୍ତି। ନିକଟରେ ମସ୍କ ସରକାରୀ ଦକ୍ଷତା ବିଭାଗର ମୁଖ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ଟ୍ରମ୍ପ ପ୍ରଶାସନର ଟିକସ ବିଲ୍ ବିରୋଧରେ ପ୍ରତିବାଦ କରି ସେ ସରକାରଙ୍କ ସହ ସମ୍ପର୍କ ଛିନ୍ନ କରିଥିବା କୁହାଯାଉଛି। ଏବେ ସରକାରରୁ ଅଲଗା ହେବାପରେ ମସ୍କ ଲଗାତର ଭାବେ ଟିକସ ବିଲ୍ ବିରୋଧରେ ଟ୍ୱିଟ୍ କରୁଛନ୍ତି।

ଟେସଲା ମୁଖ୍ୟ ଚେତାବନୀ ଦେଇଛନ୍ତି ଯେ, ନୂତନ ଟ୍ୟାକ୍ସ ବିଲ୍ ଆମେରିକାକୁ ଋଣ ଦାସତ୍ୱରେ ଫସାଇପାରେ। ମସ୍କ ବିଲ୍‌ରେ ପରିବର୍ତ୍ତନ ଦାବି କରୁଛନ୍ତି। ମସ୍କ ତାଙ୍କ ସଦ୍ୟତମ ଟ୍ୱିଟରେ ଲେଖିଛନ୍ତି ଯେ, ‘‘ଏକ ନୂତନ ବ୍ୟୟ ବିଲ୍ ପ୍ରସ୍ତୁତ କରାଯିବା ଉଚିତ, ଯାହା ନିଅଣ୍ଟକୁ ଅତ୍ୟଧିକ ବୃଦ୍ଧି ନ କରିବ ଏବଂ ଋଣ ସୀମାକୁ ୫ ଟ୍ରିଲିୟନକୁ ବୃଦ୍ଧି ନ କରିବ।’ ପୂର୍ବରୁ ମସ୍କ ଅନ୍ୟ ଏକ ଟ୍ୱିଟରେ ଲୋକଙ୍କୁ ନିବେଦନ କରି ଲେଖିଥିଲେ ଯେ, ‘‘ଏହି ବିଲ୍ ବିଷୟରେ ସେମାନଙ୍କର ସିନେଟର ଏବଂ କଂଗ୍ରେସମ୍ୟାନଙ୍କୁ ଫୋନ୍‌ କରନ୍ତୁ। ଦେବାଳିଆ ଆମେରିକା ଠିକ୍ ନାହିଁ। ଏହି ବିଲ୍‌କୁ ଶେଷ କରିଦିଅନ୍ତୁ।’’ ମସ୍କ ଲେଖିଛନ୍ତି, ଏହି ବ୍ୟୟ ବିଧେୟକ ଆମେରିକାର ଇତିହାସରେ ସର୍ବାଧିକ ଋଣ ବୃଦ୍ଧି କରିବ। ଏହା ଏକ ଋଣ ଦାସତ୍ୱ ବିଲ୍।

Leave a Reply

Your email address will not be published. Required fields are marked *