Spread the love

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀର ଉତ୍ତର ଆଡକୁ ଅଗ୍ରସର ହେଉଥିବା ବେଳେ ମେ ୨୯ ତାରିଖରୁ ଏଥିରେ ବିରାମ ଲାଗିଛି। ଫଳରେ ଜୁନ୍ ୬ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଗରମ ଏବଂ ଆର୍ଦ୍ରତା ଜାରି ରହିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୋମବାର ସୂଚନା ଦେଇଛି।

ଜୁନ୍ ୨ ରୁ ୬ ତାରିଖ ପର୍ଯ୍ୟନ୍ତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ପାଇଁ ପାଣିପାଗ ବିଭାଗ ପକ୍ଷରୁ ହଳଦିଆ ସତର୍କତା ଜାରି କରାଯାଇଛି। ଏହି ସମୟ ମଧ୍ୟରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ଆକଳନ କରାଯାଇଛି।

ବରିଷ୍ଠ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସଙ୍କ ଅନୁଯାୟୀ, ଆକାଶ ସ୍ୱଚ୍ଛ ରହିବା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇଛି ଏବଂ ଆର୍ଦ୍ରତା ବୃଦ୍ଧି ପାଇଛି। ସୋମବାର ସକାଳ ୮.୩୦ ସୁଦ୍ଧା ଭୁବନେଶ୍ୱରରେ ପାରଦ ସ୍ତର ୩୩ ଡିଗ୍ରୀ ସେଲସିୟସ ଛୁଇଁଥିଲା ଏବଂ ଆର୍ଦ୍ରତା ୫୫.୪% ଥିଲା। ସେହିପରି ୧୧.୩୦ ସୁଦ୍ଧା ତାପମାତ୍ରାରେ ପରିବର୍ତ୍ତନ ଦେଖାଦେଇଥିଲା।

 

Leave a Reply

Your email address will not be published. Required fields are marked *