Spread the love

ଭୁବନେଶ୍ବର ୬: ଭୁବନେଶ୍ବର ଚନ୍ଦକା ଅଞ୍ଚଳ ସଂଘର୍ଷବିହାର ଛକରେ ଗୁଳିକାଣ୍ଡ ଘଟଣାର ପର୍ଦ୍ଦାଫାଶ । ମୁଖ୍ୟ ଅଭିଯୁକ୍ତଙ୍କୁ ବାନ୍ଧିଲା ଚନ୍ଦକା ଥାନା ପୋଲିସ । ସହଦେବ ବାରିକ ଓରଫ ନାଗାକୁ ଗିରଫ କରିଛି ପୋଲିସ । ନାଗା ନିକଟରୁ ପିସ୍ତଲ, ମୋବାଇଲ ଫୋନ, ଗୋଟିଏ ମୋଟର ସାଇକେଲ ଜବତ କରାଯାଇଛି ।

ପୂର୍ବରୁ ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଥିଲା ପୋଲିସ ।   ବିକାଶ ବାରିକ, ଆଶିଷ କୁମାର ରାୟ, ପପୁନ ମାଝୀ, ସୁଧୀର କୁମାର ଜେନା ଜେଲ୍‌ରେ ଅଛନ୍ତି । ଦାଦା ବଟି ନଦେବାରୁ ଏଭଳି ଗୁଳିକାଣ୍ଡ ଘଟିଥିବା ଡିସିପି ଜଗମୋହନ ମୀନା କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ୯ ତାରିଖରେ ସଂଘର୍ଷ ବିହାର ନିକଟରେ ପବିତ୍ର ଜେନା ନାମକ ବ୍ୟକ୍ତିଙ୍କୁ ସିମେଣ୍ଟ ଗୋଦାମ ନିକଟରେ ଗୁଳି କରିଥିଲେ ଅଭିଯୁକ୍ତ ।

Leave a Reply

Your email address will not be published. Required fields are marked *