Spread the love

ସୁନ୍ଦରଗଡ଼: ୧୯ ଘଣ୍ଟା ଅଟକ ପରେ ବିଧାୟକ ଯୋଗେଶ ସିଂ ଏବଂ ଗ୍ରାମବାସୀଙ୍କୁ ଛାଡ଼ିଲା ପୁଲିସ। ଉପ ଜିଲ୍ଲାପାଳ, ଅତିରିକ୍ତ ଏସ ପି ଏବଂ ଏସ ଡି ପି ଓ ଅଟକ ବିଧାୟକ ଓ ଗ୍ରାମବାସୀଙ୍କ ସହ ଆଲୋଚନା ପରେ ପୁଲିସ ଛାଡ଼ିଥିବା ଜଣାଯାଇଛି। ଜିଲ୍ଲା ପ୍ରଶାସନ, ପୁଲିସ, ଗ୍ରାମବାସୀ ଏବଂ ବିଧାୟକଙ୍କ ମଧ୍ୟରେଆସନ୍ତା ୬ ତାରିଖ ଆଲୋଚନା ହେବାର ନିଷ୍ପତ୍ତି ହୋଇଛି।

ସୂଚନାଯୋଗ୍ୟ, ଗତକାଲି ଧାରଣାସ୍ଥଳରୁ ବିଧାୟକଙ୍କ ସମେତ ୬୪ ଗ୍ରାମବାସୀଙ୍କୁ ଉଠାଇ ଆଣି ଅଟକ ରଖିଥିଲା ପୁଲିସ। ହେମଗିରି ବରପାଲି ରେଳ ସାଇଡିଂ କୋଇଲା ପରିବହନକୁ ବିରୋଧ କରି ଦୀର୍ଘ ଚାରି ମାସ ଧାରଣାରେ ବସିଥିଲେ ବିଧାୟକ ଏବଂ ସ୍ଥାନୀୟ ଗ୍ରାମବାସୀ।

Leave a Reply

Your email address will not be published. Required fields are marked *