Spread the love

ଶ୍ରୀନଗର: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆଜି ଜମ୍ମୁ କଶ୍ମୀରର ପୁଞ୍ଛ ଗସ୍ତ କରିଛନ୍ତି। ସେ ସୀମାନ୍ତରେ ପାକିସ୍ତାନର ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିବା ପରିବାରକୁ ଭେଟିଛନ୍ତି। ଅପେରସନ ସିନ୍ଦୂର ପରେ ପାକିସ୍ତାନର ଗୁଳିବର୍ଷା ଯୋଗୁଁ ପୁଞ୍ଛ ଏବଂ ରାଜୌରୀ ଜିଲ୍ଲାରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ରାହୁଲ ଗାନ୍ଧୀଙ୍କ ଏହି ଗସ୍ତକୁ ଜମ୍ମୁ କଶ୍ମୀରର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ସ୍ୱାଗତ କରିଛନ୍ତି। ପ୍ରଭାବିତ ଲୋକଙ୍କ ସହ ଯୋଗାଯୋଗ କରିବା ପାଇଁ ରାଜନୈତିକ ନେତାମାନଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି।

ଉକ୍ତ ଅଞ୍ଚଳର କ୍ଷତିଗ୍ରସ୍ତ ଲୋକଙ୍କୁ ଭେଟିବା ସହ ତାଙ୍କ ସୁବିଧା ଅସୁବିଧା ପଚାରି ବୁଝିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ସେମାନଙ୍କୁ ଆଶ୍ଵାସନା ଦେବା ସହ କହିଛନ୍ତି ଯେ, ଏବେ, ତୁମେ ବିପଦ ଓ ଟିକେ ଭୟଙ୍କର ପରିସ୍ଥିତି ଦେଖିଛ, କିନ୍ତୁ ଚିନ୍ତାକର ନାହିଁ, ସବୁକିଛି ସ୍ୱାଭାବିକ ହୋଇଯିବ। ଏହାପରେ ସ୍କୁଲର ଛାତ୍ରଛାତ୍ରୀଙ୍କୁ ଭେଟି ରାହୁଲ ଆହୁରି କହିଛନ୍ତି ଯେ, ”ଏହି ସମସ୍ୟାର ସମାଧାନ କରିବାର ଉପାୟ ହେଉଛି ପାଠପଢ଼ାରେ ଅଧିକ ସମୟ ଦିଅ, ଖେଳିବା ସହ ସ୍କୁଲରେ ଅଧିକରୁ ଅଧିକ ଭଲ ସାଙ୍ଗସାଥି କର।

ରାହୁଲ ଗାନ୍ଧୀ କ୍ଷତିଗ୍ରସ୍ତ ହୋଇଥିବା ପରିବାରବର୍ଗଙ୍କୁ ଭେଟିବା ପରେ ପୁଞ୍ଚର ଗୁରୁଦ୍ୱାରା ଶ୍ରୀ ଗୁରୁ ସିଂହ ସଭା ପରିଦର୍ଶନ କରିଥିଲେ, ଯାହା ପାକିସ୍ତାନ ଦ୍ୱାରା ଗୁଳିମାଡ଼ରେ କ୍ଷତିଗ୍ରସ୍ତ ହୋଇଥିଲା। ରାହୁଲଙ୍କ ସମେତ ଆଉ ୫ଜଣ ସଦସ୍ୟ ମଧ୍ୟ ସେଠାକୁ ଯାଇଥିଲେ। ସେମାନେ ରାଜୌରୀ ପରେ ଜମ୍ମୁ ଗସ୍ତ କରିବେ। ଏଥିସହ କଂଗ୍ରେସ ସହ ମେଣ୍ଟ କରି ଜମ୍ମୁ କଶ୍ମୀରର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା, ଗୁଳିବର୍ଷାରେ ପ୍ରାଣ ହରାଇଥିବା ପରିବାର ଲୋକଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *