Spread the love

ରାଉରକେଲା: ଆଜି ସକାଳୁ ବନ୍ଦ ରହିଛି ପାନପୋଷ ପୁରୁଣା ବ୍ରାହ୍ମଣୀ ବ୍ରିଜ୍‌ରେ ଯାନ ବାହାନ ଚଳାଚଳ। ଏହି ବ୍ରିଜ୍ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ରହିବାର ସମ୍ଭାବନା ରହିଛି। ସମସ୍ତ ଚାରି ଚକିଆ ଏବଂ ତିନି ଚକିଆ ଯାନ ଚଳାଚଳକୁ ବନ୍ଦ କରା ଯାଇଛି। ଯାଞ୍ଚ ଚାଲିଛି ବ୍ରିଜ୍‌ର ସ୍ଥିତି ଏବଂ ମାନ।

ଭାରି ଯାନ ଚାଲିବାକୁ ବ୍ରିଜ କେତେ ଦୂର ସକ୍ଷମ ତାର ଟେଷ୍ଟ ଚାଲିଛି। ଯାଞ୍ଚ କରୁଛନ୍ତି ଦିଲ୍ଲୀରୁ ଆସିଥିବା କେନ୍ଦ୍ର ରୋଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ର ଅଧିକାରୀ ମାନେ। ଅତ୍ୟାଧୁନିକ ଯନ୍ତ୍ରପାତି ସହ ବ୍ରିଜ୍‌ର ସ୍ଥିତାବସ୍ଥା ସହ ଏହା କେତେ ଦୂର ସୁରକ୍ଷିତ ତାର ଯାଞ୍ଚ କରୁଛନ୍ତି।

ସକାଳ ୮ ଟାରୁ ଆରମ୍ଭ ହୋଇଥିବା ଏହି ଯାଞ୍ଚ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ଯାଞ୍ଚ ପରେ ଏହାର ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ। ପ୍ରତି ପିଲର୍ ଏବଂ ସ୍ଲାବ୍ ର ଯାଞ୍ଚ କରା ଯାଉଛି। ଏହି ବ୍ରାହ୍ମଣୀ ସେତୁ ୫୦ ଦଶକରେ ନିର୍ମାଣ କରା ଯାଇଥିଲା। କିଛି ବର୍ଷ ପୂର୍ବରୁ ଏହି ସେତୁ ଜର୍ଜର ଅବସ୍ଥା କୁ ଆସି ଯାଇଥିଲା। ସୁରକ୍ଷା ଏବଂ ସତର୍କତା ଦୃଷ୍ଟିରୁ ଦୂତୀୟ ବ୍ରାହ୍ମଣୀ ବ୍ରିଜ୍ ନିର୍ମାଣ କରା ଯାଇଥିଲା। ପୁରୁଣା ବ୍ରିଜ୍‌ରେ ଯାତ୍ରୀବାହୀ ବସ୍ ବ୍ୟତୀତ ଭାରି ଯାନ ଚଳାଚଳକୁ ବନ୍ଦ ରଖା ଯାଇଥିଲା। ତେବେ ରାଜ୍ୟ ସରକାର ଏବେ ପୁରୁଣା ବ୍ରାହ୍ମଣୀ ସେତୁ ସହ ରାଜ୍ୟରେ ୩୦୦ ସେତୁ ର ନିର୍ମାଣ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରୁଛନ୍ତି।

Leave a Reply

Your email address will not be published. Required fields are marked *