Spread the love

ଭୁବନେଶ୍ୱର: ଟ୍ୱିନ୍‌ ସିଟିରେ ହେବ ନୂଆ ଆଇଟି ପାର୍କ। ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ୧୦୦୦ ହେକ୍ଟର ଜମିରେ ତିଆରି ହେବ ନୂଆ ଆଇଟି ପାର୍କ। ଆଇଟି ଶିଳ୍ପ ପାଇଁ ତିଆରି ହେବ ପ୍ଲଗ୍‌ ଆଣ୍ଡ ପ୍ଲେ ସୁବିଧା ଥିବା ବିଲ୍ଟ ଅପ୍‌ ଏରିଆ।

ଭୁବନେଶ୍ୱରରେ ୧୦ ନିୟୁତ ବର୍ଗ ମିଟରର ହେବ ବିଲ୍ଟ ଅପ୍‌ ଏରିଆ। ୫ ବର୍ଷରେ ସଡ଼କ ନିର୍ମାଣରେ ଖର୍ଚ୍ଚ ହେବ ୨ ଲକ୍ଷ ୩୦ ହଜାର କୋଟି ଟଙ୍କା। ରାଜ୍ୟର ୫ ବଡ଼ ସହର ସମେତ ୧୧ ସହରରେ ତିଆରି ହେବ ରିଙ୍ଗ ରୋଡ।

ସେହିପରି ବ୍ରହ୍ମପୁରରୁ ଜୟପୁର ମଧ୍ୟରେ ନିର୍ମାଣ ହେବ ଗ୍ରୀନ୍‌ ଫିଲ୍ଡ କରିଡର। ୫ ବର୍ଷରେ ରାଜ୍ୟରେ ୧୫ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ଦିଆଯିବ ବୋଲି କହିଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

Leave a Reply

Your email address will not be published. Required fields are marked *