Spread the love

ନୂଆଦିଲ୍ଲୀ: ଆୟୋଜକ ହୋଇ କ୍ଷତି ସହିଲା ପାକିସ୍ତାନ। ଲାଭ ଆଶା ରଖି ସହିଲା କ୍ଷତି। ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ବହୁତ ଆଶା ଏବଂ ବଡ଼ ସ୍ୱପ୍ନ ସହିତ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଆୟୋଜନ କରିଥିଲା। କିନ୍ତୁ ଏହି ମେଗା ଟୁର୍ଣ୍ଣାମେଣ୍ଟ ପାଇଁଦେଶ ଦୁଇଗୁଣ କ୍ଷତି ସହିଛି। ପ୍ରଥମତଃ, ଆୟୋଜକ ପାକିସ୍ତାନୀ ଦଳ ତିନୋଟି ମ୍ୟାଚରୁ ଦୁଇଟିରେ ପରାସ୍ତ ହୋଇ ନକଆଉଟ୍ ରାଉଣ୍ଡରେ ପହଞ୍ଚିପାରିନଥିଲା। ଏହି ଦୁଃଖରୁ ଦଳ ବାହାରିପାରିନଥିବା ବେଳେ ଏବେ ପିସିବି କୋଟି କୋଟି ଟଙ୍କାର କ୍ଷତି ସହିବାକୁ ଯାଉଥିବା ଜଣାଯାଇଛି।
ରିପୋର୍ଟ ଅନୁଯାୟୀ, ପାକ୍ ବୋର୍ଡ ଚାମ୍ପିଅନ୍ସ ଟ୍ରଫି ଆୟୋଜନ ପାଇଁ ପ୍ରାୟ ୮୫୫କୋଟି ଟଙ୍କା ଖର୍ଚ୍ଚ କରିଥିଲା। ଏଥିରେ ଷ୍ଟାଡିୟମର ନବୀକରଣ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ଅନ୍ତର୍ଭୁକ୍ତ ଥିଲା। କିନ୍ତୁ ଶେଷରେ ଏହି କାର୍ଯ୍ୟକ୍ରମ ତାଙ୍କ ପାଇଁ ଏକ ବଡ଼ କ୍ଷତି ବୋଲି ପ୍ରମାଣିତ ହୋଇଛି। ଏଥିପାଇଁ ଖେଳାଳିଙ୍କ ପାରିଶ୍ରମିକ କମ କରିଛି ପାକିସ୍ତାନ। ପିସିବି କରାଚୀ, ଲାହୋର ଏବଂ ରାୱଲପିଣ୍ଡିରେ ଷ୍ଟାଡିୟମଗୁଡ଼ିକର ନବୀକରଣ ପାଇଁ ପ୍ରାୟ ୫୬୦କୋଟି ଟଙ୍କା ଖର୍ଚ୍ଚ କରିଥିଲା। ଏହା ସହ ଟୁର୍ଣ୍ଣାମେଣ୍ଟର ପ୍ରସ୍ତୁତି ପାଇଁ ୩୪୭କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ପାକିସ୍ତାନ। ହେଲେ ଟିକେଟ୍ ବିକ୍ରୟରୁ ମାତ୍ର ୫୨କୋଟି ଟଙ୍କା ମିଳିବା ପରେ ପିସିବି ଏବେ ୮୫୫କାଟିର କ୍ଷତି ସହିଛି। ଏହି କ୍ଷତି ପରେ ପିସିବି ଜାତୀୟ ଟି-୨୦ ଚାମ୍ପିଅନସିପ୍ ପାଇଁ ମ୍ୟାଚ୍ ଫିସ୍ ୯୦ପ୍ରତିଶତ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି ଏବଂ ରିଜର୍ଭ ଖେଳାଳିଙ୍କ ଦେୟ ୮୭.୫ ପ୍ରତିଶତ ହ୍ରାସ କରିଛି।

Leave a Reply

Your email address will not be published. Required fields are marked *