Spread the love

ୱାଶଂଟନ୍‌: ଟ୍ରମ୍ପଙ୍କ ରାଗ ସୀମା ପାର୍‌ । ସହିପାରିଲେନି କି ଆଉ ରହିପାରିଲେନି । ରୋକଠୋକ ଶୁଣାଇ ଦେଲେ ୟୁରୋପକୁ । ୟୁକ୍ରେନକୁ ୟୁରୋପ ସହାୟତା କରୁଛି ବୋଲି ସହିପାରିଲେନି ଟ୍ରମ୍ପ। ୟୁରୋପକୁ ଟାର୍ଗେଟ କରି ଟ୍ରମ୍ପ କହିଲେ ୟୁକ୍ରେନକୁ ଯୁଦ୍ଧ କରିବାକୁ ପ୍ରୋତ୍ସାହନ ବାବଦ ବିପୁଳ ଟଙ୍କା ଦେବ ଏବଂ ସେପଟେ ରୁଷଠାରୁ ତେଲ ଆଉ ଗ୍ୟାସ କିଣିବ । ୟୁରୋପକୁ ଏପରି ତାଚ୍ଛଲ୍ୟ କରି ଟ୍ରମ୍ପ କହିଛନ୍ତି । ଟ୍ରମ୍ପ କହିଛନ୍ତି ୟୁରୋପ ୟୁକ୍ରେନକୁ ସାହାଯ୍ୟ କରିବାରେ ଯେତିକି ଟଙ୍କା ଖର୍ଚ୍ଚ କରୁଛି ତା’ଠାରୁ ଅଧିକ ଟଙ୍କା ଖର୍ଚ୍ଚ କରି ରୁଷଠୁ ପେଟ୍ରୋଲ କିଣୁଛି। ତେବେ ଏହାରି ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଏବଂ ଟ୍ରମ୍ପଙ୍କ ମଧ୍ୟରେ ଓବଲ ଅଫିସ୍‌ରେ ଖୁବ୍‌ ଜୋରରେ ଯୁକ୍ତ ତର୍କ ଲାଗିଥିଲା ।

ଏହି ଯୁକ୍ତି ତର୍କ ପରେ ଜେଲେନସ୍କି ଆମେରିକା ଗସ୍ତ ମଝିରୁ ଛାଡି ବ୍ରିଟେନ ଗସ୍ତ କରିଥିଲେ । ଏହି ଯୁକ୍ତିତର୍କ ପରେ ୟୁରୋପ ନେତାମାନେ ଜେଲେନସ୍କିଙ୍କ ସମର୍ଥନରେ ବୟାନ ଦେଇଥିଲେ । କିନ୍ତୁ ଚୁପ୍‌ ବି ରହିଲେନି ଟ୍ରମ୍ପ । ୟୁରୋପୀୟ ନେତାଙ୍କ ବୟାନ ପରେ ଚିଇଙ୍କି ଉଠିଥିଲେ ଟ୍ରମ୍ପ । ଆଉ ସୋସିଆଲ ମିଡିଆରେ ୟୁରୋପକୁ ତାଛଲ୍ୟ କରି ପୋଷ୍ଟ ସେୟାର କରିଥିଲେ। ପୋଷ୍ଟରେ ଲେଖିଥିଲେ ଏବେ ୟୁକ୍ରେନକୁ ରକ୍ଷା କରିବାରେ ବିପୁଳ ଟଙ୍କା ଖର୍ଚ୍ଚ କରୁଛି ଆଉ ତାଠାରୁ ତ ଅଧିକ ଟଙ୍କା ଖର୍ଚ୍ଚ କରି ରୁଷଠାରୁ ତେଲ ଆଉ ଗ୍ୟାସ କିଣୁଛି ।

Leave a Reply

Your email address will not be published. Required fields are marked *