Spread the love

କେନ୍ଦୁଝର : କେନ୍ଦୁଝର ଜିଲାରେ ଶୀତଳ ଭଣ୍ଡାର ଅଭାବରୁ ବିଲାତି ଚାଷୀ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହେଉଛନ୍ତି। ପ୍ରତ୍ୟେକ ବର୍ଷ ଚାଷୀମାନେ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଥିଲେ ହେଁ କାୈଣସି ପ୍ରତିକାର କରାଯାଉନଥିବାରୁ ଚାଷୀ ମାନେ ଚିନ୍ତାରେ ରହିଛନ୍ତି। ବଜାରରେ ଉଚିତ ମୂଲ୍ୟ ମିଳୁନଥିବାରୁ ଜମି ବାଡିରେ ବିଲାତି ପଚୁଛି। ତୋଳିବା ପାଇଁ ପାରିଶ୍ରମିକ ମୂଲ୍ୟ ମିଳୁନଥିବାରୁ ଜମିବାଡିରେ ବିଲାତି ପଚୁଛି।
ଅନ୍ୟପକ୍ଷରେ ଚାଷୀ ସକାଳୁ ସକାଳୁ ବେପାରୀଙ୍କୁ ଅପେକ୍ଷା କରି ଜମିରେ ବସିରହୁଥିବା ବେଳେ କେତେକ ଚାଷୀ ବିଲାତି ଧରି ହାଟବଜାରରେ ବେପାରୀ, ଖାଉଟି ଙ୍କ ଅପେକ୍ଷାରେ ଟ୍ରେ ଧରି ବସୁଛନ୍ତି। ବଜାରରେ ଟ୍ରେ ରେ ୨୫/୩୦ କିଲୋ ବିଲାତି ମୂଲ୍ୟ ୪୦ ରୁ ୫୦ ଟଙ୍କା ରେ ବିକିବାକୁ ବାଧ୍ୟ ହେଉଥିବା କହିଛନ୍ତି।
ପ୍ରକାଶ ଯେ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ଟିକରପଡା, ରାଜବନ୍ଧ, ନୂଆଗାଁ, ରାଇସୁଆଁ, ମହାଦେଇଯୋଡା, ପଦ୍ମପୁର ଆଦି ଅଂଚଳରେ ବିଲାତି ଚାଷ ଅଧିକ ହୋଇଥାଏ। ଏହା ଛଡା ମଇଦାନକେଲ, କାଠବାରି ଆଦି ଅଂଚଳରେ ମଧ୍ୟ ଚାଷୀ ମାନେ ବିଲାତି ଚାଷ କରିଥାନ୍ତି। ଏବେ ବିଲାତି ଅମଳ ହେଉଥିଲେ ହେଁ ସାଇତି ରଖିବା ପାଇଁ ଶୀତଳ ଭଣ୍ଡାର ନ ଥିବାରୁ ଚାଷୀ ମାନେ ନଷ୍ଟ ହୋଇଯିବା ଭୟରେ ବହୁତ କମ ଦାମରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି।
ଶୀତଳ ଭଣ୍ଡାର ଥିଲେ ଏହି ବିଲାତି ଆଉ କିଛି ମାସ ଧରି ସାଇତି ରଖାଯାଇ ପାରନ୍ତା ଏବଂ ପରେ ଭଲ ମୂଲ୍ୟ ପାଇପାରନ୍ତେ ବୋଲି ଚାଷୀ ମାନେ କହିଛନ୍ତି। ସେହିପରି ବାହର ବେପାରୀ ମାନେ ଆସି ବିଲାତି ନେଇ ଜିଲା ଓ ରାଜ୍ୟ ବାହାରକୁ ଚାଲାଣ କରିପାରନ୍ତେ। ଫଳରେ ଚାଷୀ ଓ ବେପାରୀ ଭଲ ରୋଜଗାର କରିପାରନ୍ତେ ବୋଲି ମତପ୍ରକାଶ ପାଉଛି।
ଏହା ଛଡା ଫୁଲ କୋବି, ବନ୍ଧା କୋବି, ଧନିଆ ପତ୍ର, ଶାଗ ଆଦି ମଧ୍ୟ ବହୁତ କମ ଦାମରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ବନ୍ଧା କୋବି ଗୋଟା ୫ ଟଙ୍କାରୁ ୧୦ ଟଙ୍କା ରେ ବିକ୍ରି କରୁଥିବା ବେଳେ ଫୁଲ କୋବି ୧୦ ରୁ ୨୦ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ବିଶେଷ କରି ବାହାର ଜିଲାରୁ ମୂଲ୍ୟ କୋବି ଆସୁଥିବାରୁ କୋବି ଚାଷୀ ମାନେ ବିକ୍ରି କରିପାରୁନାହାଁନ୍ତି।
ସେହିପରି ଶାଗ ୨୦ ଟଙ୍କା ୪/୫ ବିଡା ବଦଳରେ ୧୦ ବିଡା ପର୍ୟ୍ୟନ୍ତ ମୂଲ୍ୟରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଶୀତଳ ଭଣ୍ଡାର ଥିଲେ ଅନ୍ୟ ଏହି ସବୁ କୁ ଅଧିକ ସମୟ ପର୍ୟ୍ୟନ୍ତ ସାଇତି ରଖାଯାଇପରିଥାନ୍ତା ବୋଲି ଚାଷୀ ମାନେ ମତବ୍ୟକ୍ତ କରୁଛନ୍ତି। ସେହିପରି ଉପଯୁକ୍ତ ପରିଚାଳନା ଅଭାବରୁ ଏକ ସଂଗରେ ଚାଷୀ ମାନେ ଗୋଟିଏ ପ୍ରକାରର ଚାଷ କରୁଥିବା ଏବଂ ଉତ୍ପାଦିତ ପନିପରିବା କୁ ନିଅଣ୍ଟିଆ ଜିଲାକୁ ପଠାଇ ବିକ୍ରି ବଟା କରିବାର ସୁବିଧା କରାଯାଉନଥିବାରୁ ଏଭଳି ସମସ୍ୟା ପ୍ରତ୍ୟେକ ବର୍ଷ ଉପୁଜିଛି ବୋଲି ମତପ୍ରକାଶ ପାଉଛି।

Leave a Reply

Your email address will not be published. Required fields are marked *