Spread the love

ଅସୁସ୍ଥ ହୋଇପଡିଛନ୍ତି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ତଥା ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ତାଙ୍କୁ ଚେନ୍ନାଇର ଆପୋଲ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଶକ୍ତିକାନ୍ତ ଦାସ ଏସିଡିଟି ଅନୁଭବ କରିବା ପରେ ତାଙ୍କୁ ଆପୋଲୋ ହସ୍ପିଟାଲ୍‌କୁ ନିଆଯାଇଥିଲା।

ସୂଚନା ମୁତାବକ, ଗତକାଲି ରାତିରେ ଶକ୍ତିକାନ୍ତ ଦାସ ଛାତିରେ ଜଳାପୋଡା ସାଙ୍ଗକୁ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କ ଚିକିତ୍ସା କରିଛନ୍ତି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି।

ଏସିଡିଟି ସମସ୍ୟା ଯୋଗୁ ତାଙ୍କୁ ହସ୍ପିଟାଲରେ ଆଡମିଟ କରାଯାଇଥିଲା। ଆଗାମୀ ୨ରୁ ୩ ଘଣ୍ଟା ମଧ୍ୟରେ ଡିସଚାର୍ଜ ହେବେ ବୋଲି ଡାକ୍ତରମାନେ ସୂଚନା ଦେଇଛନ୍ତି। ଆର୍‌ବିଆଇର ମୁଖପାତ୍ର ତାଙ୍କ ସ୍ୱାସ୍ଥ୍ୟ ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ ଚିନ୍ତା କରିବାର କୌଣସି କାରଣ ନାହିଁ। ସେ ଏବେ ଭଲ ଅଛନ୍ତି ଓ ଖୁବ୍‌ ଶୀଘ୍ର ଡିସ୍‌ଚାର୍ଜ ହେବେ।

Leave a Reply

Your email address will not be published. Required fields are marked *