Spread the love

ରାଞ୍ଚି : ଝାଡ଼ଖଣ୍ଡରେ ସରକାର ଗଢିବାକୁ ଯାଉଛି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ)। ହେମନ୍ତ ସୋରେନ ଇଡି କେସରେ ଫସିଥିଲେ ମଧ୍ୟ ଝାଡ଼ଖଣ୍ଡବାସୀ ତାଙ୍କୁ ପୁଣି ଥରେ ଭରସା କରିଛନ୍ତି। ବାରହେଟ ଆସନରୁ ବିଜୟୀ ହୋଇଛନ୍ତି ହେମନ୍ତ ସୋରେନ।
ବିପକ୍ଷ ପ୍ରାର୍ଥୀ ବିଜେପିର ଗାମଲିୟେଲ ହେମ୍ବରମଙ୍କୁ 39 ହଜାର 416 ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି ସୋରେନ। ସୋରେନଙ୍କୁ 94 ହଜାର 840 ଖଣ୍ଡ ଭୋଟ୍ ମିଳି ଥିବାବେଳେ ହେମ୍ବରମଙ୍କୁ 55 ହଜାର 424ଟି ଭୋଟ୍ ମିଳିଛି।
ଦୁମକା ଆସନରୁ ମଧ୍ୟ ଜେଏମଏମ ପ୍ରାର୍ଥୀ ବସନ୍ତ ସୋରେନ ବିଜୟୀ ହୋଇଛନ୍ତି। ବିଜେପିର ସୁନୀଲ ସୋରେନଙ୍କୁ 14 ହଜାର 588 ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି ବସନ୍ତ।
ସେପଟେ, ଜେଏମଏମର ଅନ୍ୟ ପ୍ରାର୍ଥୀମାନେ ମଧ୍ୟ ଆଗେଇ ଚାଲିଛନ୍ତି। ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ମୁର୍ମୁ ସୋରେନ ଆଗରେ ଥିବାବେଳେ ନାଲା ଆସନରୁ ରବୀନ୍ଦ୍ର ନାଥ ମହତୋ ଆଗରେ ଅଛନ୍ତି।
ସନ୍ଧ୍ୟା 5ଟା ରିପୋର୍ଟ ଅନୁସାରେ, 81 ଆସନ ବିଶିଷ୍ଟ ଝାଡ଼ଖଣ୍ଡ ନିର୍ବାଚନରେ ଇଣ୍ଡି ମେଣ୍ଟ 57ଟି ଆସନରେ ଆଗରେ ଥିଲା, ଯେଉଁଥିରେ ଦଳ 23ଟିରେ ବିଜୟୀ ହୋଇ ସାରିଥିଲା। ସେହିପରି ବିଜେପି ନେତୃତ୍ୱାଧୀନ ଏନଡିଏ ଆଗୁଆ ଥିବା 23ଟି ଆସନରୁ 7ଟିରେ ବିଜୟୀ ହୋଇ ସାରିଥିଲା ଏବଂ ଅନ୍ୟାନ୍ୟ ଗୋଟିଏ ସିଟରେ ବିଜୟୀ ହୋଇଥିଲା।

Leave a Reply

Your email address will not be published. Required fields are marked *