Spread the love

ଭୁବନେଶ୍ବର : ଝାରଖଣ୍ଡ ବିଧାସଭା ନିର୍ବାଚନରେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ସାହୁ ଦମଦାର ବିଜୟ ହାସଲ କରିଛନ୍ତି। ବିଜେପି ଟିକେଟରୁ ନିର୍ବାଚନ ଲଢ଼ୁଥିବା ପୂର୍ଣ୍ଣିମା କଂଗ୍ରେସର ଓଡ଼ିଶା ପ୍ରଭାରୀ ଅଜିୟ କୁମାରଙ୍କୁ ଏକତରଫ ଭାବେ ପରାସ୍ତ କରିଛନ୍ତି।
ପୂର୍ଣ୍ଣିମା ଓ ଅଜୟ କୁମାରଙ୍କ ଲଢ଼େଇ ଜାମସେଦପୁର ଇଷ୍ଟରୁ ହେଉଥିଲା। ଏଠାରେ କାଣ୍ଟେ କି ଟକ୍କର ହେବ ବୋଲି ସମସ୍ତେ ଆଶା କରିଥିଲେ। ଅଜୟ କୁମାର ଜଣେ ଜାତୀୟ ସ୍ତରର ନେତା ହୋଇଥିବାରୁ ପୂର୍ଣ୍ଣିମାଙ୍କୁ ସହଜରେ ହରାଇ ଦେବେ ବୋଲି ମଧ୍ୟ କୁହାଯାଉଥିଲା।
ହେଲେ ଅଜୟ କୁମାର ୪୨ ହଜାରରୁ ଅଧିକ ଭୋଟରେ ପୂର୍ଣ୍ଣିମାଙ୍କ ଠାରୁ ହାରିଛନ୍ତି। ଅଜୟ କୁମାର ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ ହୋଇଥିଲେ। ରାଜ୍ୟରେ ଜେଏମଏମ ଓ କଂଗ୍ରେସ ମେଣ୍ଟ ସରକାର ଗଠନ କରିବାକୁ ଜନାଦେଶ ପାଇଛନ୍ତି।
ଇଣ୍ଡିଆ ମେଣ୍ଟ ପ୍ରତି ଲୋକଙ୍କ ସମର୍ଥନ ଥିଲେ ହେଁ ଓଡ଼ିଶାର କଂଗ୍ରେସ ପ୍ରଭାରୀ ଅଜୟ କୁମାର ଜିତିବାକୁ ସକ୍ଷମ ହୋଇ ନାହାନ୍ତି। ଏହାପୂର୍ବରୁ ଅଜୟ କୁମାର ଲୋକସଭା ନିର୍ବାଚନରେ ମଧ୍ୟ ପରାସ୍ତ ହୋଇଥିଲେ।
ପୂର୍ଣ୍ଣିମା ୧,୦୭,୧୯୧ ଖଣ୍ଡ ଭୋଟ ପାଇଥିବା ବେଳେ ଅଜୟ କୁମାରଙ୍କୁ ୬୪,୩୨୦ ଖଣ୍ଡ ଭୋଟ ମିଳିଛି। ଅର୍ଥାତ ପୂର୍ଣ୍ଣିମା ଜାମସେଦପୁର ଇଷ୍ଟ ଆସନରୁ ୪୨,୮୭୧ ଖଣ୍ଡ ଭୋଟରେ ଜିତିଛନ୍ତି।

Leave a Reply

Your email address will not be published. Required fields are marked *