Spread the love

ଯାଜପୁର : ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଉପରେ ଆକ୍ରମଣ ମାମଲାରେ ବିଜେଡି ନେତା ବବି ଦାସଙ୍କ ଭାଇ ଭବ ପ୍ରସାଦ ଦାସଙ୍କୁ ଗିରଫ କରାଯାଇଛି। ଗିରଫ କରାଯିବା ପରେ ପୁଲିସ୍ ତାଙ୍କୁ ଏସଡିଜେଏମଙ୍କ ବାସଭବନକୁ ନେଇଛି। ବିରଜା ହାଟ ବ୍ୟବସାୟୀଙ୍କୁ ଧମକ ଅଭିଯୋଗରେ ହୋଇଥିଲା ଏତଲା । ଏନେଇ ଗତକାଲି ରାତିରେ ଭବ ପ୍ରସାଦ ଦାସଙ୍କୁ ବିଳମ୍ବିତ ରାତିରେ ସ୍ୱତନ୍ତ୍ର ଟିମ ପୋଲିସ ଘରୁ ଉଠାଇ ନେଇଥିଲା । ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା ଓ ମା’ ବିରଜା ହାଟରେ ହଙ୍ଗାମା ଘଟଣା ପରଠୁ ଗତ କିଛି ଦିନ ହେବ ବିବାଦ ଘେରକୁ ଆସିଛନ୍ତି ବବି ଦାସଙ୍କ ଭାଇ ଭବ ପ୍ରସାଦ ଦାସ । ଗତକାଲି ଜଣେ ବ୍ୟବସାୟୀଙ୍କୁ ଧମକ ଦେବା ସହ ମାଡ ମାରି ତାଙ୍କ ଠାରୁ ଟଙ୍କା ମାଗିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ତେବେ ଭବ ପ୍ରସାଦ ଦାସଙ୍କ ନାଁରେ ଯାଜପୁର ଥାନାରେ ୪ଟି ପୃଥକ ପୃଥକ ମାମଲା ରୁଜୁ ହୋଇଛି । ଆଜି ପୁଲିସ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *