Spread the love

ମହାରାଷ୍ଟ୍ରବାସୀ ଆଜି ବିଧାନସଭା ନିର୍ବାଚନ ପାଇଁ ଭୋଟ ଦେଉଛନ୍ତି। ଭୋଟିଂ ସମୟ ମଧ୍ୟ ଶେଷ ହେବାକୁ ବସିଲାଣି। ହେଲେ ଶେଷ ସମୟରେ ଘଟିଛି ବଡ଼ ଅଘଟଣ। ବୁଥ ଭିତରେ ଭୋଟିଂ ଚାଲିଥିବା ବେଳେ ସେହିଠାରେ ଆଖି ବୁଜିଛନ୍ତି ଜଣେ ବିଧାୟକ ପ୍ରାର୍ଥୀ।

ମହାରାଷ୍ଟ୍ରର ବୀଡ ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଥିବା ବାଲାସାହେବ ସିନ୍ଦେ ହଠାତ୍‌ ହୃଦଘାତରେ ପ୍ରାଣ ହରାଇଛନ୍ତି। ସନ୍ଧ୍ୟା ସମୟରେ ସିନ୍ଦେ ନିଜ ସମର୍ଥକଙ୍କ ସହ ଛତ୍ରପତି ଶାହୁ ବିଦ୍ୟାଳୟରେ ହୋଇଥିବା ପୋଲିଂ ଷ୍ଟେସନକୁ ଯାଇଥିଲେ।

ଏହି ସମୟରେ ହଠାତ୍‌ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ସେହିଠାରେ ତଳେ ପଡ଼ି ଯାଇଥିଲେ। ତାଙ୍କୁ ତୁରନ୍ତ ନାନା ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *