Spread the love

ଭୁବନେଶ୍ବର : ମହାଧୂର୍ତ୍ତ ଓଡ଼ିଶା ପୁଲିସ୍ ହାଉସିଂ ୱେଲଫର୍ କର୍ପୋରେସନ୍(OPHWC) ବ୍ରହ୍ମପୁର ଡିଭିଜନ୍‌ର ଡେପୁଟି ଜେନେରାଲ୍ ମ୍ୟାନେଜର୍ ସୁବାଷ ଚନ୍ଦ୍ର ପଣ୍ଡା। ଭିଜିଲାନ୍ସ ଟିମ୍‌କୁ ସକାଳୁ ସକାଳୁ ନିଜ ଘର ସମ୍ମୁଖରେ ଦେଖି ପଡ଼ୋଶୀର ଛାତକୁ ପିଙ୍ଗିଦେଲେ ବିଡ଼ା ବିଡ଼ା ନୋଟ। ପଡ଼ୋଶୀଙ୍କ ଛାତରୁ ୧୪ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ। ଏଥିସହ ଭିଜିଲାନ୍ସ ତାଙ୍କ ଘରୁ ଏକ କେଜିରୁ ଅଧିକ ସୁନା, ଭୁବନେଶ୍ୱରରେ ୪ଟି ବହୁମୂଲ୍ୟ ପ୍ଲଟ୍‌, ଗୋଟିଏ କ୍ରେଟା ଗାଡ଼ି ଓ ଆଉ ଗୋଟିଏ ବେନାମୀ କାର୍‌ ଠାବ କରିଛି।
ଆଜି ସକାଳେ OPHWC ବ୍ରହ୍ମପୁର ଡିଭିଜନ୍‌ର ଡେପୁଟି ଜେନେରାଲ୍ ମ୍ୟାନେଜର୍ ସୁବାଷ ଚନ୍ଦ୍ର ପଣ୍ଡା ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସୁବାଷଙ୍କ ଭୁବନେଶ୍ୱର ଓ ବ୍ରହ୍ମପୁର ସମେତ ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ କରାଯାଇଛି।
ସୁବାଷଙ୍କ ଭୁବନେଶ୍ୱର ଆଇଗିଣିଆରେ ଥିବା ଘର , ମଞ୍ଚେଶ୍ୱର ଥିବା ଘର, ବ୍ରହ୍ମପୁର ଖାରବେଳ ନଗରରେ ଥିବା ଭଡ଼ା ଘର ଓ ବ୍ରହ୍ମପୁର ଅଫିସରେ ଚଢ଼ାଉ କରିଛି ଭିଜିଲାନ୍ସ।
ସୁବାଷ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ତାଙ୍କ ଘରେ ଚଢ଼ାଉ କରିଛି। ଏହି ଚଢ଼ାଉରେ ୫ ଜଣ ଡିଏପି, ୭ ଜଣ ଇନ୍ସପେକ୍ଟର ଓ ଅନ୍ୟ ଭିଜିଲାନ୍ସ କର୍ମକାରୀ ସାମିଲ ହୋଇଛନ୍ତି।

Leave a Reply

Your email address will not be published. Required fields are marked *